ETV Bharat / state

ଅଶୋକ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ମିନି ମାରାଥନ

author img

By

Published : Mar 15, 2021, 11:34 AM IST

ବିଶିଷ୍ଠ ଶ୍ରମିକ ନେତା ତଥା କୋରେଇର ପୂର୍ବତନ ବିଧାୟକ ସ୍ବର୍ଗତ ଅଶୋକ ଦାସଙ୍କର ଆଜି ଜନ୍ମଜୟନ୍ତୀ ଆବସରରେ କେନ୍ଦ୍ରାପଡାରେ ମିନି ମାରାଥନ ‘କେନ୍ଦ୍ରାପଡ଼ା ରନ’ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ମିନି ମାରାଥନ "କେନ୍ଦ୍ରାପଡ଼ା ରନ"
ମିନି ମାରାଥନ "କେନ୍ଦ୍ରାପଡ଼ା ରନ"

କେନ୍ଦ୍ରାପଡା: ବିଶିଷ୍ଠ ଶ୍ରମିକ ନେତା, ବିଜୁବାବୁଙ୍କ ସହଯୋଗୀ, ପୂର୍ବତନ ମନ୍ତ୍ରୀ ତଥା କୋରେଇର ପୂର୍ବତନ ବିଧାୟକ ସ୍ବର୍ଗତ ଅଶୋକ ଦାସଙ୍କର ଆଜି ଜନ୍ମଜୟନ୍ତୀ । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ସ୍ପୋର୍ଟସ ଏକାଡେମୀ ପକ୍ଷରୁ ମିନି ମାରାଥନ "କେନ୍ଦ୍ରାପଡ଼ା ରନ" ଅନୁଷ୍ଠିତ ହୋଇଛି ।

ମିନି ମାରାଥନ "କେନ୍ଦ୍ରାପଡ଼ା ରନ"

ଆଜି ସକାଳୁ ଶହଶହ ପ୍ରତିଯୋଗୀ କୋଭିଡ ନିୟମ ପାଳନ କରି ସ୍ଥାନୀୟ କାଳୀମନ୍ଦିର ଛକ ନିକଟରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ମିନି ମାରଥନରେ ଭାଗ ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା କ୍ରୀଡ଼ାବିତ ମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ସେମାନଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ସ୍ପୋର୍ଟସ ଏକାଡେମୀ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଧ୍ୟକ୍ଷ ମହମ୍ମଦ ଆମୀର।

ଅଶୋକ ଦାସ ସଦାସର୍ବଦା ଗରିବ ଓ ଅବହେଳିତ ମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ନିଜର ରାଜନୈତିକ କ୍ଷମତାର ପ୍ରୟୋଗ କରୁଥିଲେ ବୋଲି କହିଛନ୍ତି ଉପସ୍ଥିତ ଅତିଥି । ଜିଲ୍ଲାରେ ଏହି ମାରାଥମ ପ୍ରତି ବର୍ଷ ଆୟୋଜିତ ହୋଇଥାଏ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.