ETV Bharat / state

୪୫ଦିନ ପରେ ସ୍ଥଗିତ ହେଲା ଆନ୍ଦୋଳନ, ପ୍ରଶାସନର ପ୍ରତିଶୃତି ପରେ ଧାରଣାରୁ ଓହରିଲା ଆନ୍ଦୋଳନକାରୀ - ଧାରଣାରୁ ଓହରିଲା ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇବା ଦାବିରେ ଗତ ୪୫ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ଓହରିଛି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

protest on hold in kendrapara
କେନ୍ଦ୍ରାପଡ଼ାରେ ସ୍ଥଗିତ ହେଲା ଆନ୍ଦୋଳନ
author img

By

Published : Mar 18, 2023, 10:29 PM IST

୪୫ ଦିନ ପରେ ସ୍ଥଗିତ ହେଲା ଆନ୍ଦୋଳନ

କେନ୍ଦ୍ରାପଡ଼ା: ଗତ ୨୪ ଜାନୁଆରୀରୁ ମେଡିକାଲ ଫେରାଇବା ଓ ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଧାରଣା ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି । ଧାରଣାସ୍ଥଳରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ପହଞ୍ଚି ଆନ୍ଦୋଳନରତ ଜନସାଧାରଣଙ୍କ ସହ ଆଲୋଚନା କରିବା ପରେ ଏହି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।

ଗତ ଜାନୁଆରୀ ୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହରର ମଧ୍ୟସ୍ଥଳୀରୁ ୭ କିଲୋମିଟର ଦୂର ଶ୍ୟାମଗୁଡ଼ିଆକୁ ଉଠାଇ ନିଆଯାଇଛି । ହସ୍ପିଟାଲ ସ୍ଥାନାନ୍ତର ନେଇ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ବିରୋଧ କରିଥିଲା । ଆମ ମେଡିକାଲ ଆମକୁ ଫେରାଇ ଦିଅ ଦାବିରେ ଜାନୁଆରୀ ୧୭ ତାରିଖରେ ୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ କରାଯାଇଥିଲା । ତେବେ ଏହାର ଠିକ ଏକ ସପ୍ତାହ ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହରବାସୀଙ୍କ ଦାବିକୁ ଅଣଦେଖା କରିଥିବା ଅଭିଯୋଗ କରି ଜାନୁଆରୀ ୨୪ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୫୪ ଦିନ ହେବ ଧାରଣା ଦେଇ ଆସୁଥିଲେ ଆନ୍ଦୋଳନକାରୀ ଓ ମେଡ଼ିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉନସିଲର ହିବଜୁର ରହେମାନ ଓ ବିଜୁ ପୃଷ୍ଟିଙ୍କ ସହ ୧୨ ନଂ ୱାର୍ଡ କାଉନସିଲରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆନ୍ଦୋଳନ ଜାରି ରହିଥିଲା ।

ଏହାରି ମଧ୍ୟରେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଦୁଇଥର ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ତେବେ ଏନେଇ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ସହରରେ ସିଟି ହସ୍ପିଟାଲ ନିର୍ମାଣ ଦାବି କରିଥିଲେ । ଏନେଇ ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ପ୍ରଥମାର୍ଦ୍ଧରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଜିଲ୍ଲାରେ ସିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରଶ୍ନ କରିଥିବା ବେଳେ ଏଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଥିବା ଓ ଆମ କ୍ଲିନିକ ଯୋଜନାରେ ହସ୍ପିଟାଲ ପାଇଁ ବିଚାର ବିମର୍ଶ ଚାଲିଥିବା କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ଶନିବାର ସିଡିଏମଓ ଏବଂ ଏଡିଏମ ଆନ୍ଦୋଳନରତ ଜନସାଧାରଣଙ୍କ ନିକଟରେ ପହଞ୍ଚି ଆସନ୍ତା ୨୬ ତାରିଖ ସୁଦ୍ଧା ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହାପରେ ଆନ୍ଦୋଳନକୁ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି । ପୁରୁଣା ମେଡିକାଲ ଥିବା ସ୍ଥାନରେ ଜଣେ ଭେଷଜ(ମେଡ଼ିସିନ), ଜଣେ ପ୍ରସୂତି ଓ ଜଣେ ଶିଶୁ ବିଭାଗର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିବା ଓ ଏମାନଙ୍କୁ ପୋଷ୍ଟିଂ ଦିଆଯିବ । ଏଥିସହ ଉକ୍ତ ମେଡିକାଲରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଜାରି ରହିବ ଓ ପ୍ରାଥମିକ ଭାବେ କିଛି ଶଯ୍ୟା ପଡ଼ିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏଠାରେ ଅଧିକ ଶଯ୍ୟା ଓ ଡାକ୍ତରଙ୍କ ପାଇଁ ଜିଲ୍ଲାପାଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିବା କହିବା ସେ କହିଛନ୍ତି । ଅନ୍ୟପଟେ ପ୍ରତିଶ୍ରୁତିକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଆନ୍ଦୋଳନକାରୀ । ଯେପର୍ଯ୍ୟନ୍ତ ସେମାନଙ୍କ ମେଡିକାଲ ସେମାନଙ୍କୁ ଫେରାଇ ଦିଆ ନଯାଇଛି ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.