ETV Bharat / state

କେନ୍ଦ୍ରାପଡାରେ ହାଇସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗଣିତ ଶିକ୍ଷକ ଗିରଫ - ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

କେନ୍ଦ୍ରାପଡାରେ ହାଇସ୍କୁଲ୍ ଛାତ୍ରୀଙ୍କୁ ଗଣିତ ଶିକ୍ଷକଙ୍କ ଅସଦାଚରଣ ମାମଲା । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ହାଇସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗଣିତ ଶିକ୍ଷକ ଗିରଫ

author img

By

Published : Aug 7, 2022, 8:55 AM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ଅଞ୍ଚଳରେ ହାଇସ୍କୁଲ୍ ଛାତ୍ରୀଙ୍କୁ ଗଣିତ ଶିକ୍ଷକଙ୍କ ଅସଦାଚରଣ ମାମଲା । ଅଭିଯୁକ୍ତ ଶିକ୍ଷକ ବିଶ୍ବମ୍ବର ପରିଡା ଗିରଫ । ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଭୁବନେଶ୍ବରରୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ । ଶିକ୍ଷକ ବିଶ୍ବମ୍ବର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଏ ବିଷୟରେ କାହାରିକୁ କହିଲେ ଛାତ୍ରୀଙ୍କୁ ଫେଲ୍ କରିଦେବେ ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ବିଶ୍ବମ୍ବର ପରିଡ଼ା ମହାକାଳପଡ଼ା ଥାନା ଅଧିନ ଏକ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ଜୁଲାଇ ୧୮ ତାରିଖରେ ଗଣିତ ପରୀକ୍ଷା ଛଳରେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ଓ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରଥମେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଇଓ ଏବଂ ଡିଇଓଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ନଯିବାରୁ ୨୧ତାରିଖ ଦିନ ମହାକାଳପଡ଼ା ଥାନାରେ ଛାତ୍ରୀଙ୍କ ବାପା ଏତଲା ଦେଇଥିଲେ ।

କେନ୍ଦ୍ରାପଡାରେ ହାଇସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗଣିତ ଶିକ୍ଷକ ଗିରଫ
କେନ୍ଦ୍ରାପଡାରେ ହାଇସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗଣିତ ଶିକ୍ଷକ ଗିରଫ

ଏହାମଧ୍ୟ ପଢନ୍ତୁ: ହାଇସ୍କୁଲ୍‌ରେ ଛାତ୍ରୀଙ୍କ ସହ ଅସଦାଚାରଣ, ନ୍ୟାୟ ପାଇଁ ବିଚାରପତିଙ୍କୁ ଚିଠି ଲେଖିଲେ ପୀଡ଼ିତା

ପୋଲିସ ତଦନ୍ତରେ ଶିଥିଳତା ଓ ଅଭିଯୁକ୍ତକୁ ଜାମିନ ପାଇଁ ସୁଯୋଗ ଦେବା ଅନୁଭବ କରି ପୀଡିତା ଛାତ୍ରୀ ଚଳିତ ସପ୍ତାହରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅଭିଯୁକ୍ତର ଆଗୁଆ ଜାମିନ ଦରଖାସ୍ତକୁ ନାକଚ କରିବାକୁ ଅନୁରୋଧ କରିଥିଲେ । ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ପୋଲିସକୁ କଠୋରତା ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ସେ ବିଚାରପତିଙ୍କୁ ନିବେଦନ କରିଥିଲେ । ପୀଡିତାର ଚିଠି ସମ୍ପର୍କରେ "ଇଟିଭି ଭାରତ"ରେ ଖବର ପ୍ରସାରଣ ପରେ ଜିଲ୍ଲା ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଅଭିଯୁକ୍ତ ଶିକ୍ଷକ ବିଶ୍ବମ୍ବରକୁ ଧରିବା ପାଇଁ ଚଢ଼ାଉ କରିଥିଲା । ଶେଷରେ ଭୁବନେଶ୍ବରର ଏକ ସ୍ଥାନରେ ଅଭିଯୁକ୍ତ ଲୁଚିଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଶିକ୍ଷକ ବିଶ୍ବମ୍ବରଙ୍କ ନାମରେ ଅଭିଯୋଗ ଆସିବା ପରେ କେନ୍ଦ୍ରାପଡାର ଲାଞ୍ଚଖୋର ଡିଇଓ ତଥା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ସଂଜୀବ ସିଂହ ଶିକ୍ଷକଙ୍କୁ ନିଲମ୍ବନ କରିବା ପରିବର୍ତ୍ତେ ବଦଳି ନିର୍ଦ୍ଦେଶ ଦେଇଥିଲେ । ଏହାକୁ ପ୍ରତିବାଦ କରି ବିଦ୍ୟାଳୟ ଫାଟକରେ ଅଭିଭାବକମାନେ ତାଲା ପକାଇବା ପରେ ନିଲମ୍ବିତ ହୋଇଥିଲେ ଗଣିତ ଶିକ୍ଷକ । ଶନିବାର ଗିରଫ କରାଯିବା ପରେ ଆଜି(ରବିବାର) ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକର।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.