ETV Bharat / state

ପାରା ଚୋରି କରି ବନ୍ଧା ହେଲା ଚୋର

50ରୁ ଊର୍ଦ୍ଧ୍ବ ପାରା ଚୋରି କରି ଗିରଫ ହେଲା ଚୋର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାର୍ଶାଘାଇ ଥାନା ଅଧିନ ଡଅଁରମୁଣ୍ଡରେ । ଗିରଫ ଅଭିଯୁକ୍ତ ହେଲା ମହାକାଳପଡ଼ା ଥାନା ଅଧିନ କେୟାରବାଙ୍କ ଗ୍ରାମର ସଚିତ୍ର ଦାସ। ଅଧିକ ପଢନ୍ତୁ

author img

By

Published : Sep 8, 2022, 2:09 PM IST

ପାରା ଚୋରିକରି ବନ୍ଧାହେଲା ଚୋର
ପାରା ଚୋରିକରି ବନ୍ଧାହେଲା ଚୋର

କେନ୍ଦ୍ରାପଡା: ପାରା ଚୋରି କରି ପୋଲିସ ହାତରେ ବନ୍ଧା ହେଲେ ଯୁବକ । ପାରା ଚୋରକୁ ବାନ୍ଧିଲା ମାର୍ଶାଘାଇ ପୋଲିସ । ଗିରଫ ଅଭିଯୁକ୍ତ ହେଲା ମହାକାଳପଡ଼ା ଥାନା ଅଧିନ କେୟାରବାଙ୍କ ଗ୍ରାମର ସଚିତ୍ର ଦାସ ।

ପାରା ଚୋରିକରି ବନ୍ଧାହେଲା ଚୋର

ଖବରଅନୁସାରେ, ଗତ ଅଗଷ୍ଟ ୨୮ ତାରିଖ ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଅଧିନ ଡଅଁରମୁଣ୍ଡ ଗ୍ରାମର ସଞ୍ଜୟ ସାହୁଙ୍କ ପାରା ଭାଡିରୁ ୫୦ରୁ ଊର୍ଦ୍ଧ୍ବ ପାରା ଚୋରି ହୋଇଥିଲା । ଏନେଇ ସଞ୍ଜୟ ଅଗଷ୍ଟ ୨୯ ତାରିଖରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ମର୍ଶାଘାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ମାର୍ଶାଘାଇ ପୋଲିସ ଅନୁସନ୍ଧାନ କରି ଏକ ସ୍ବତନ୍ତ୍ର ଟିମ ମହାକାଳପଡ଼ା ଥାନା ଅଧିନ କେୟାରବାଙ୍କ ଗ୍ରାମର ସଚିତ୍ର ଦାସଙ୍କ ଘର ଉପରେ ଚଢାଉ କରିଥିଲେ । ଘର ଆଗରେ ପୋଲିସ ଗାଡି ରହିବା ଦେଖି ସଚିତ୍ର ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ମାର୍ଶାଘାଇ ପୋଲିସ ସଚିତ୍ରକୁ କାବୁ କରିନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଫାଷ୍ଟଫୁଡ ଦୋକାନୀର ୪୨୦ ଦିମାଗ୍‌, 10 ଲକ୍ଷର ମୋବାଇଲ ଚୋରି କରି ଚୋର ଗିରଫ

ସଚିତ୍ରର ଘର ପଛପଟ ଏବଂ ଦୁଇ ମହଲା ଉପରେ ରଖିଥିବା ପାରାକୁ ଅଭିଯୋଗକାରୀ ନିଜର ଚୋରି ହୋଇଥିବା ପାରା ବୋଲି ଚିହ୍ନଟ କରିଥିଲେ।ସଚିତ୍ରକୁ ମାର୍ଶାଘାଇ ପୋଲିସ ଗିରଫ କରି ତଦନ୍ତ ଚଳାଇଛି । ଅଧୁନା ପାରା ପାଳନ କରିବା ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଏହି ଚୋରି ଜିଲ୍ଲାରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ଗତ ଅଗଷ୍ଟ 23 ତାରିଖ ଦିନ ଭୁବନେଶ୍ବର ଡମଣା ଛକ ନିକଟରେ ୧୦ ଲକ୍ଷ ମୂଲ୍ୟର ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଥିଲା। ମୋବାଇଲ ଦୋକାନ ନିକଟରେ ଥିବା ଫାଷ୍ଟଫୁଡ ଦୋକାନୀ ଚୋରି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା । ଚୋରି ଘଟଣା ସମ୍ପର୍କରେ ଖବର ପାଇବା ପରେ ଚନ୍ଦ୍ରେଶଖର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ମୋବାଇଲ ଦୋକାନ ନିକଟରେ ଥିବା ଚାଓମିନ ଦୋକାନୀ ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଭଦ୍ରକ ଅଞ୍ଚଳରୁ ୨ ଅଭିଯୁକ୍ତ ଫାଷ୍ଟଫୁଡ ଦୋକାନୀ ସତ୍ୟଜିତ ମଲ୍ଲିକ ଓରଫ ବଥୁଆ ଓ ବନ୍ଧୁ ମନୋରଞ୍ଜନ ମୁଦୁଲିକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.