ETV Bharat / state

ନିର୍ବାଚନ କମିଶନଙ୍କ କଡା ନିର୍ଦ୍ଦେଶ, ଚାକିରୀ ହରାଇପାରନ୍ତି ମାର୍ଶାଘାଇ ବିଡ଼ିଓ ! - ଅଡୁଆରେ ମାର୍ଶାଘାଇ ବିଡ଼ିଓ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅନୁରୋଧ ଚିଠିର ଉତ୍ତରରେ ରାଜ୍ୟ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଅପରାହ୍ନ 3ଟା ମଧ୍ୟରେ ନିର୍ବାଚନୀ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାର୍ଶାଘାଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ନଂ-4565ରେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Marshaghai BDO may face action after state Election Commission Strictly ordered
ନିର୍ବାଚନ କମିଶନଙ୍କ କଡା ନିର୍ଦ୍ଦେଶ, ଚାକିରୀ ହରାଇ ପାରନ୍ତି ମାର୍ଶାଘାଇ ବିଡ଼ିଓ !
author img

By

Published : Mar 8, 2022, 9:08 PM IST

କେନ୍ଦ୍ରାପଡ଼ା: ନିର୍ବାଚନ କମିଶନଙ୍କ ଦୁଇ ଦୁଇଟି ଚିଠି ଆଉ ବିଚଳିତ ନିର୍ବାଚନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ଅଧିକାରୀ । ଆଜି ଅପରାହ୍ନରେ ନିର୍ବାଚନ କମିଶନଙ୍କ ଚିଠି ନଂ 4564 ଓ 4565 ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ଯଥାକ୍ରମେ ବଙ୍ଗାଳପୁରର 12ନଂ ବୁଥ, ଭଗବାନପୁର ପଞ୍ଚାୟତର 1 ନମ୍ବର ବୁଥରେ ମତଦାନକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବାରୁ ଏହି ସ୍ଥାନ ମାନଙ୍କରେ ସାନି ମତଦାନ କରାଯାଇଥିଲା । ମାର୍ଶାଘାଇ ବ୍ଲକ ଜଳପୋକ ପଞ୍ଚାୟତର 4 ନମ୍ବର ବୁଥର ଭୋଟବାକ୍ସରୁ ପୋଲିଂ ହୋଇଥିବା ଭୋଟରୁ ଅଧିକ 20ଟି ବାଲାଟ ମତଗଣନା ସମୟରେ ବାହାରିଥିଲା ।

Marshaghai BDO may face action after state Election Commission Strictly ordered
ନିର୍ବାଚନ କମିଶନଙ୍କ କଡା ନିର୍ଦ୍ଦେଶ, ଚାକିରୀ ହରାଇ ପାରନ୍ତି ମାର୍ଶାଘାଇ ବିଡ଼ିଓ !

ଏନେଇ ମାର୍ଶାଘାଇ ବିଡ଼ିଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏହି ବୁଥରେ ସାନି ମତଦାନ ପାଇଁ ଅନୁରୋଧ କରିଥିବାବେଳେ ଏହି ପଞ୍ଚାୟତର ନିର୍ବାଚନ ଫଳାଫଳକୁ ସ୍ଥଗିତ ରଖାଯାଇ କେନ୍ଦ୍ରାପଡା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ।

ତେବେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅନୁରୋଧ ଚିଠିର ଉତ୍ତରରେ ରାଜ୍ୟ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଅପରାହ୍ନ 3ଟା ମଧ୍ୟରେ ନିର୍ବାଚନୀ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାର୍ଶାଘାଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ନଂ-4565ରେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ମାର୍ଶାଘାଇ ବିଡ଼ିଓଙ୍କୁ ଚାକିରୀରୁ ବହିଷ୍କୃତ କିମ୍ବା ଡିମୋସନ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.