ETV Bharat / state

ଜିଲ୍ଲା ପରିଷଦ ଆସନରୁ ୮ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର, ୩୨ ଆସନରେ ଲଢ଼ିବେ ୧୩୧ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଜିଲ୍ଲାରେ ମୋଟ ୩୨ଟି ଜୋନ୍‌ ପାଇଁ ୧୪୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୨୨ ତାରିଖ ଦିନ ୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅଧିକ ପଢ଼ନ୍ତୁ

many candidates withdrew their nomination before panchayat election in kendrapara
ଜିଲ୍ଲା ପରିଷଦ ଆସନରୁ ୮ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର, ୩୨ ଆସନରେ ଲଢ଼ିବେ ୧୩୧ ପ୍ରାର୍ଥୀ
author img

By

Published : Jan 25, 2022, 9:57 PM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଜିଲ୍ଲାରେ ମୋଟ ୩୨ଟି ଜୋନ୍‌ ପାଇଁ ୧୪୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୨୨ ତାରିଖ ଦିନ ୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ମଙ୍ଗଳବାର ୧୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତ୍ୟାହାର ଶେଷ ଦିନରେ ୮ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି ।

ଜିଲ୍ଲା ପରିଷଦ ଆସନରୁ ୮ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର, ୩୨ ଆସନରେ ଲଢ଼ିବେ ୧୩୧ ପ୍ରାର୍ଥୀ

ଜୋନ୍‌ ନମ୍ବର ୬, ୮ ଓ ୧୫ରେ ବିଜେଡିର ନେତୃବୃନ୍ଦ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ବୁଝାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଛନ୍ତି । ତେବେ ୧୫ ନମ୍ବର ଜୋନ୍‌ର ଝୁନିଲତା ବେହେରା ଏହାକୁ ନେଇ କିଭଳି ନିଜ ସମର୍ଥକଙ୍କୁ ବୁଝାଇବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଆସୁଥିବା ଦେଖାଯାଇଥିଲା ।

ଅପରାହ୍ଣରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ, ସମର୍ଥକ ଏବଂ ଜିଲ୍ଲାର ସମସ୍ତ ୩୨ଟି ଜିଲ୍ଲା ପରିଷଦ ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ସ୍ୱାଧୀନ ପ୍ରାର୍ଥୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିର୍ବାଚନୀ କଟକଣା ଓ ହିସାବକୁ ନେଇ ତାଲିମ ନେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨ ଜିଲ୍ଲା ପରିଷଦ, ୯ଟି ବ୍ଲକର ୨୪୯ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପଦବୀ ପାଇଁ ନିର୍ବାଚନ ହେବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.