ETV Bharat / state

ବିଦ୍ୟୁତ ସଂଯୋଗ ବେଳେ ଅଘଟଣ, ତାର ସଂସ୍ପର୍ଶରେ ଆସି କର୍ମଚାରୀ ମୃତ

author img

By

Published : Aug 10, 2023, 8:50 AM IST

ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ ଘଟିଛି ଅଘଟଣ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

ବିଦ୍ୟୁତ ସଂଯୋଗ ବେଳେ କର୍ମଚାରୀଙ୍କ ମୃତ୍ୟୁ
ବିଦ୍ୟୁତ ସଂଯୋଗ ବେଳେ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କର୍ମଚାରୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ଡାମରପୁର ଗାଁରେ । ମୃତକ ହେଲେ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସନ୍ତୋଷ ବେହେରା । ଗତକାଲି (ବୁଧବାର) ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ସେପଟେ କ୍ଷତିପୂରଣ ଦାବି କରିଛି ପରିବାର ।

ସୂଚନା ଅନୁଯାୟୀ, ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାରଠାରୁ "ଡି ଆଣ୍ଡ ବି" କମ୍ପାନୀ ଫ୍ରାଞ୍ଚାଇଜ ନେଇ ବିଦ୍ୟୁତ ସଂଯୋଗ ଓ ମିଟର ରିଡିଙ୍ଗ କାର୍ଯ୍ୟ ତୁଲାଇ ଆସୁଥିଲା । ଆଜକୁ ପ୍ରାୟ ୩ ବର୍ଷ ହେବ "ଡି ଆଣ୍ଡ ବି" କମ୍ପାନୀ କେନ୍ଦ୍ରାପଡ଼ାର ରାଜକନିକା ଓ ଆଳି ଅଞ୍ଚଳରେ ତା'ର କର୍ମଚାରୀ ନିଯୁକ୍ତ କରି ଏହିସବୁ କାର୍ଯ୍ୟ କରି ଆସୁଥିବା ସୂଚନା ରହିଛି । ତେବେ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସନ୍ତୋଷ ବେହେରା ରାଜକନିକା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ, ମହୁରୀ ଗାଁରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା । ତେଣୁ ବିଦ୍ୟୁତଜନିତ ସମସ୍ୟାର ସମାଧାନ କରିବାକୁ କାର୍ଯ୍ୟରତ ସନ୍ତୋଷ ମହୁରୀ ଗାଁକୁ ଯାଇଥିଲେ।

ଏହା ବି ପଢନ୍ତୁ...ସୁଧୁରିନି ବିଦ୍ୟୁତ ସମସ୍ୟା, ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ

ସନ୍ତୋଷ ସେଠାକୁ ଟିମ ସହ ଯାଇଥିବାବେଳେ ଖୁଣ୍ଟରେ ଚଢି କାମ କରୁଥିଲେ । ଏତିକିବେଳେ ଅସାବଧାନତା ବଶତଃ କୌଣସି କାରଣରୁ 11 KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ ଆଘାତ ପାଇବା ପରେ ତଳେ ପଡି ସନ୍ତୋଷ ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ ଲୋକେ । ସେଠାରେ ଉପସ୍ଥିତ ଅନ୍ୟ ବିଦ୍ୟୁତ କର୍ମଚାରୀ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଦୁଃଖଦ ଘଟଣା ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଖବର ପାଇ ପୋଲିସ ସେଠାରେ ପହଞ୍ଚିବା ସହ ମୃତଦେହ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ବିଦ୍ୟୁତ ବିଭାଗର ଅବହେଳା ଏବଂ ତ୍ରୁଟି ସକାଶେ ଅନେକ ସମୟରେ ମୂଲ୍ୟବାନ ଜୀବନ ଯାଉଥିବାର ନଜିର ରହିଛି । କେତେବେଳେ ବିଦ୍ୟୁତ ବିଭାଗର କର୍ମଚାରୀ ପ୍ରାଣ ହରାଉଛନ୍ତି ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସାଧାରଣ ଲୋକଙ୍କ ଜୀବନ ଯାଉଛି । ତେଣୁ ଏ ଦିଗରେ ବିଦ୍ୟୁତ ବିଭାଗ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ଅପରପକ୍ଷେ, ସନ୍ତୋଷ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.