ETV Bharat / state

ବଳଦେବଜୀଉ ମନ୍ଦିରରେ ମକର ସଂକ୍ରାନ୍ତି ପାଳିଲେ ଶ୍ରଦ୍ଧାଳୁ

author img

By

Published : Jan 15, 2020, 7:35 PM IST

ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଙ୍କ ପୀଠ ତୁଳସୀ କ୍ଷେତ୍ରର ବଳଦେବଜୀଉ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦିନ ତମାମ ପ୍ରବଳ ଭିଡ ଦେଖାଯାଇଥିଲା। ବିଶ୍ବାସ ରହିଛି ମକର ସଂକ୍ରାନ୍ତିରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଅଧିକ ପଢନ୍ତୁ..

ବଳଦେବଜୀଉ ମନ୍ଦିରରେ ମକର ସଂକ୍ରାନ୍ତି ପାଳିଲେ ଭକ୍ତ

କେନ୍ଦ୍ରାପଡା: ଇଂରାଜୀ ବର୍ଷର ପ୍ରଥମ ସଂକ୍ରାନ୍ତି ବା ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଙ୍କ ପୀଠ ତୁଳସୀ କ୍ଷେତ୍ରର ବଳଦେବଜୀଉ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦିନ ତମାମ ପ୍ରବଳ ଭିଡ ଦେଖାଯାଇଥିଲା। ବିଶ୍ବାସ ରହିଛି ମକର ସଂକ୍ରାନ୍ତିରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଏଠାରେ ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ। କଥିତ ଅଛି ମକର ସଂକ୍ରାନ୍ତି ଦିନ ଚାଷୀ ତାଙ୍କର ଅମଳ ଧାନକୁ କ୍ଷେତରୁ ଆଣି ଖଳାରେ ରଖି ପୂଜାର୍ଚ୍ଚନା କରିଥାନ୍ତି। କୃଷକମାନେ ନୂଆଚାଉଳ, ଛେନା, କ୍ଷୀର, କଦଳୀ ଓ ନଡ଼ିଆ ଆଣି କୃଷି ଓ କୃଷକର ପ୍ରତୀକ ପ୍ରଭୁ ବଳଦେବଜୀଉଙ୍କୁ ପୂଜାର୍ଚ୍ଚନା କରି ଭୋଗଲାଗି କରିଥିଲେ।

ପୂର୍ବ ପୁରୁଷରୁ ବିଶ୍ବାସ ରହିଛି ବଳଦେବଜୀଉ ମନ୍ଦିରକୁ ଆସିବା ପାଇଁ ପୂର୍ବପୁରୁଷ ଅନାଇ ରହିଥାନ୍ତି। ତେଣୁ ପୂର୍ବପୁରୁଷଙ୍କ ମନସ୍କାମନା ପୂରଣ ପାଇଁ ବହୁ ଲୋକେ ମନ୍ଦିର ଆସି ମକର ବେଢା ଦେଖିଥାନ୍ତି ଓ ମକର ବେଢା ବୁଲିଥାନ୍ତି। ବୁଧବାରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଥିବାରୁ ସୂର୍ଯ୍ୟ ବକ୍ର ହୋଇଥାନ୍ତି ଯାହା ଫଳରେ ଦିନ ବଡ ହୋଇଥାଏ ବିଶ୍ବାସ ରହିଛି।

ଏହା ବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇଥାନ୍ତି ଓ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରକୁ ଫେରିଥାନ୍ତି। ସେ ବାପଘରୁ ୮୪ ପ୍ରକାର ଖାଦ୍ୟପେୟ ଆଣିଥାନ୍ତି। ମକର ସଂକ୍ରାନ୍ତି ଦିନ ୮୪ ପ୍ରକାର ବ୍ୟଞ୍ଜନ ବଳଦେବଜୀଉ ଓ ଜଗନ୍ନାଥଙ୍କ ପାଖରେ ପରଷିଥାନ୍ତି। ସେଥିପାଇଁ ବଳଦେବଜୀଉଙ୍କ ସ୍ବତନ୍ତ୍ର ନିତୀ ସବୁ ବୁଧବାର ଭୋରୁ ପହଡ଼ ଫିଟାଯାଇ ଅନୁଷ୍ଠିତ କରାଯାଇଥାଏ। ଏହାଛଡା ଶ୍ରୀଜୀଉଙ୍କୁ ମକର ବେଢ଼ା ପରିକ୍ରମା କରାଯାଇ ଚାରୋଟି ପଡାର ମୁରବିଙ୍କୁ ବସାଯାଇ ଏହି ବ୍ୟଞ୍ଜନମାନ ଅର୍ପଣ କରାଯାଉଥିବା ବିଧି ରହିଛି ।

ଭକ୍ତ ଓ ଶ୍ରଦ୍ଧାଳୁମାନେ କିପରି ଶ୍ରୀଜୀଉମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଭ କରିପାରିବେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏହିଦିନ ଶ୍ରୀ ବଳଦେବଜୀଉଙ୍କ ସହିତ ଅନ୍ୟ ମୂର୍ତ୍ତିଙ୍କୁ ଆଜିର ଦିନରେ ଦର୍ଶନ କଲେ ଭକ୍ତ ମୋକ୍ଷ ପ୍ରାପ୍ତି ହେବେ ବୋଲି ବିଶ୍ବାସ ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:15.01.2020
Radhakanta Mohanty, Kendrapada
Slug-od_kpr_baladevjew_script_7204459
Anchor - ଆଜି ହେଉଛି ଇଂରାଜୀ ବର୍ଷର ପ୍ରଥମ ସଂକ୍ରାନ୍ତି ବା ପବିତ୍ର ମକର ସଂକ୍ରାନ୍ତି ।ଏହି ଉପଲକ୍ଷେ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଙ୍କ ପାଠ ତୁଳସୀ କ୍ଷେତ୍ରରେ ଥିବା ବଳଦେବଜୀଉ ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଦିନ ତମାମ ପ୍ରବଳ ଭିଡ ଦେଖାଯାଇଥିଲା । ମକର ସଂକ୍ରାନ୍ତି ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଦର୍ଶନ କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଭିଡ଼ ବେଶ ପରିଲକ୍ଷିତ ହୋଇଛି।
Body:VO1-ପାଖାପାଖି ୫୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ।କଥିତ ଅଛି ମକର ସଂକ୍ରାନ୍ତି ଦିନ କୃଷକ ମାନେ ତାଙ୍କର ଅମଳ ଧାନ କୁ କ୍ଷେତ ରୁ ଆଣି ଖଳା ରେ ରଖି ପୂଜାର୍ଚ୍ଚନା କରିଥାନ୍ତି । କୃଷକମାନେ ନୂଆଚାଉଳ, ଛେନା,କ୍ଷୀର,କଦଳୀ ଓ ନଡ଼ିଆ ଆଣି କୃଷି ଓ କୃଷକ ର ପ୍ରତୀକ ପ୍ରଭୁ ବଳଦେବଜୀଉ ଙ୍କୁ ପୂଜାର୍ଚ୍ଚନା କରି ଭୋଗଲାଗି କରିଥିଲେ । ଯାହା ପୂର୍ବ ପୁରୁଷ ରୁ ବିଶ୍ୱାସ ରହିଛି ବଳଦେବଜୀଉ ମନ୍ଦିର କୁ ଆସିବା ପାଇଁ ପୂର୍ବପୁରୁଷ ମାନେ ଅନେଇଥାନ୍ତି। ତେଣୁ ପୂର୍ବପୁରୁଷ ଙ୍କ ମନସ୍କାମନା ପୂରଣ ପାଇଁ ବହୁ ଲୋକେ ମନ୍ଦିର ଆସି ମକର ବେଢା ଦେଖିଥାନ୍ତି ଓ ମକର ବେଢା ବୁଲିଥାନ୍ତି। ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଥିବାରୁ ସୂର୍ଯ୍ୟ ବକ୍ର ହୋଇଥାନ୍ତି ଯାହା ଫଳରେ ଦିନ ବଡ ହୋଇଥାଏ ବିଶ୍ୱାସ ରହିଛି।
Byt -ବୃନ୍ଦାବନ ଦାସ(କୃଷକ)
Byt-ବିଜୟାଲକ୍ଷ୍ମୀ ସ୍ୱାଇଁ(ଭକ୍ତ)
VO2-ଏହା ବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇଥାନ୍ତି ଓ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିର କୁ ଫେରିଥାନ୍ତି। ବାପଘରୁ ୮୪ ପ୍ରକାର ଖାଦ୍ୟପେୟ ଆଣିଥାନ୍ତି ।ମକର ସଂକ୍ରାନ୍ତି ଦିନ ୮୪ ପ୍ରକାର ବ୍ୟଞ୍ଜନ ବଳଦେବଜୀଉ ଓ ଜଗନ୍ନାଥଙ୍କ ପାଖରେ ପରଷି ଥାନ୍ତି । ସେଥିପାଇଁ ବଳଦେବଜୀଉ ଙ୍କ ସ୍ୱତନ୍ତ୍ର ନିତୀ ସବୁ ଆଜି ଭୋରୁ ପହଡ଼ ଫିଟାଯାଇ ଅନୁଷ୍ଠିତ କରାଯାଇଥାଏ।ଏହାଛଡା ଶ୍ରୀଜୀଉଙ୍କୁ ମକର ବେଢ଼ା ପରିକ୍ରମା କରାଯାଇ ଚାରୋଟି ପଡାର ମୁରବି ମାନଙ୍କୁ ବସାଯାଇ ଏହି ବ୍ୟଞ୍ଜନମାନ ଅର୍ପଣ କରାଯାଉଥିବା ବିଧି ରହିଛି
Byt-ନୃସିଂହ ପ୍ରସାଦ ପତ୍ରୀ(ପୂଜାପଣ୍ଡା,ଶ୍ରୀ ବଳଦେବଜୀଉ ମନ୍ଦିର)
Conclusion:FVO-ଭକ୍ତ ଓ ଶ୍ରଦ୍ଧାଳୁମାନେ କିପରି ଶ୍ରୀଜୀଉମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଭ କରିପାରିବେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ବେଳେ ଶ୍ରୀ ବଳଦେବଜୀଉଙ୍କ ସହିତ ଅନ୍ୟ ମୂର୍ତ୍ତି ମାନଙ୍କୁ ଆଜିର ଦିନରେ ଦର୍ଶନ କଲେ ଭକ୍ତ ମାନେ ମୋକ୍ଷ ପ୍ରାପ୍ତି ହେବେ ବୋଲି ବିଶ୍ୱାସ ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.