ETV Bharat / state

ପୌର ଫାଇଟ: କେନ୍ଦ୍ରାପଡ଼ାରେ ନାମାଙ୍କନ ଦାଖଲ କଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ - କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପ୍ରସ୍ତୁତି

ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାରେ ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: କେନ୍ଦ୍ରାପଡ଼ାରେ ନାମାଙ୍କନ ଦାଖଲ କଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

author img

By

Published : Mar 7, 2022, 4:39 PM IST

କେନ୍ଦ୍ରାପଡ଼ା: ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାରେ ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ । ବିଜେଡି ପକ୍ଷରୁ ସରିତା ସାହୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ମିନାକ୍ଷୀ ଦାଶ ମଧ୍ୟ ନିଜ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପୌର ଫାଇଟ: କେନ୍ଦ୍ରାପଡ଼ାରେ ନାମାଙ୍କନ ଦାଖଲ କଲେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

ସେହିଭଳି କଂଗ୍ରେସ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ବାରିକ ମଧ୍ୟ ନିଜ ସମର୍ଥକଙ୍କ ସହ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀନୀ ହୋଇଥିବା ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ଦର୍ଶାଇ ବିଜେପି ଓ କଂଗ୍ରେସ ଏଥର ପୌର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ରାସ୍ତାଘାଟ, ପାନୀୟଜଳ ଯୋଗାଣରେ ସରକାର ଫେଲ ମାରିଥିବା ଦର୍ଶାଇଛନ୍ତି ବିରୋଧୀ ପ୍ରାର୍ଥୀ । ସେପଟେ ବିଜେଡି ପ୍ରାର୍ଥୀନୀ ସରିତା ସାହୁ ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇଥିବା କଥା କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.