ETV Bharat / state

ଅବହେଳିତ ମହାତ୍ମାଙ୍କ ସ୍ମୃତିପୀଠ; କାଗଜ କଲମରେ ‘ସ୍ନାନଶିଳା’ ସୌନ୍ଦର୍ଯ୍ୟକରଣ

ଅବହେଳିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ । ସ୍ନାନଶିଳା ସୌନ୍ଦର୍ଯ୍ୟକରଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତେବେ କାର୍ଯ୍ୟ ଆରମ୍ଭ ହେବା ନେଇ ଉଠିଛି ପ୍ରଶ୍ନ ? ଅଧିକ ପଢନ୍ତୁ...

Mahatma Gandhi memorial of kendrapara stil neglected ; administration did not pay attention
ଅବହେଳିତ ମହାତ୍ମା ଗାନ୍ଧୀଙ୍କ ସ୍କୃତିପୀଠ; ଦୃଷ୍ଟି ଦେଉନି ପ୍ରଶାସନ
author img

By

Published : Jun 25, 2021, 7:28 PM IST

କେନ୍ଦ୍ରାପଡା: ଦେଶକୁ ସ୍ବାଧୀନତା ଦେବାରେ ଗାନ୍ଧୀଙ୍କର ଥିଲା ମୁଖ୍ୟ ଭୂମିକା । ଦେଶ ସ୍ବାଧୀନ ହେବା ପରେ ଅନେକ ସ୍ଥାନରେ ସ୍ଥାପନ ହେଲା ବାପୁଙ୍କ ପ୍ରତିମୂର୍ତ୍ତି । ହେଲେ ପ୍ରତିମୂର୍ତ୍ତି ସଂରକ୍ଷଣ ପାଇଁ କାହା ପାଖରେ ଯେମିତି ସମୟ ନାହିଁ । ଅବହେଳିତ ହୋଇପଡିଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ । କେଉଁଠି ଛାତ ଫାଠି ଆଁ କଲାଣି ତ ଆଉ କେଉଁଠି ଫଳକରୁ ନାଁ ଲିଭି ଗଲାଣି । ଆଉ କେଉଁଠି ନାମ ଫଳକ ଉପରେ ମାଡି ଗଲାଣି 2 ଫୁଟର ଲଟା । ଅଳିଆ ଆବର୍ଜନା କଥା ତ ନ କହିବା ଭଲ । ସ୍ବଚ୍ଛତାକୁ ଭଲ ପାଉଥିବା ଗାନ୍ଧୀ ମୂର୍ତ୍ତି ଚାରିପଟେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଧୂମାତ ଭକ୍ତବିଳାସ ମଠରେ ଥିବା ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠର ।

ଅବହେଳିତ ମହାତ୍ମାଙ୍କ ସ୍ମୃତିପୀଠ; କାଗଜ କଲମରେ ‘ସ୍ନାନଶିଳା’ ସୌନ୍ଦର୍ଯ୍ୟକରଣ
1934 ମେ 9ରେ ପୁରୀରେ ମହାତ୍ମା ଗାନ୍ଧୀ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ଏହାପରେ ମେ ୩୦ରେ କେନ୍ଦ୍ରାପଡା ବାରିମୂଳରେ ଗାନ୍ଧୀ ପହଞ୍ଚିଥିଲେ । ପରେ 31ରେ ଧୂମାତ ଭକ୍ତବିଳାସ ମଠ ନିକଟରେ ପହଞ୍ଚି ହରିଜନଙ୍କ ସହ ପଂକ୍ତି ଭୋଜନ ସହ ରାତ୍ରିଯାପନ କରିଥିଲେ । ପରଦିନ ସକାଳୁ ଉଠି ମଠ ନିକଟ ପୋଖରୀରୁ ପାଣି ଆଣି ଏକ ପଥର ଉପରେ ବସି ଗାନ୍ଧିଜୀ ଗାଧୋଇଥିଲେ। ମହାତ୍ମା ଗାଁକୁ ଆସିଥିବାରୁ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଗାନ୍ଧୀ ଗାଧୋଇଥିବା ପ୍ରସ୍ତରକୁ ସଂରକ୍ଷିତ ରଖିଛନ୍ତି ଧୂମାତ ଗ୍ରାମବାସୀ ।

ତେବେ,ଗାନ୍ଧୀଙ୍କ ଏହି ଯାତ୍ରାରେ ନବକୃଷ୍ଣ ଚୌଧୁରୀଙ୍କ ସହ ରମାଦେବୀ ସାମିଲ ହୋଇଥିଲେ । ସ୍ବାଧୀନତାର ଏହି ଆନ୍ଦୋଳନରେ ଇନ୍ଦୁପୁର ଓ ଧୂମାତ ପଞ୍ଚାୟତର ୮୭ଜଣ ଯୁବକ ଝାସ ଦେଇଥିଲେ।

ସ୍ବାଧୀନତା ପାଇବାର ଦେଶକୁ 74 ବର୍ଷ ପୁରିବାକୁ ଯାଉଛି । ହେଲେ ଜାତିର ପିତାଙ୍କ ସ୍ମୃତି ବହନ କରୁଥିବା ଏହି ଶିଳାକୁ ରକ୍ଷଣାବେକ୍ଷଣ କରିପାରୁନି ପ୍ରଶାସନ । ସ୍ବାଧିନତାର ଆନ୍ଦୋଳନରେ ଝାସ ଦେଇଥିବା ଜିଲ୍ଲାର ୮୭ ଜଣ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ସଂଗ୍ରାମୀ ସ୍ମୃତି ସ୍ତମ୍ଭ କେବଳ ପ୍ରତିଷ୍ଠା ହୋଇଛି ।

ତେବେ ସ୍ମୃତିସ୍ତମ୍ଭ କଥା ଛାଡ଼ନ୍ତୁ ଯାହାଙ୍କ ପାଇଁ ଏହି ସ୍ମୃତି ସେହି ମାହାତ୍ମାଙ୍କୁ ଭୁଲିଯାଇଛି ପ୍ରଶାସନ । କେବଳ ଗତବର୍ଷ ଅକ୍ଟୋବର ୨ରେ କେନ୍ଦ୍ରାପଡ଼ା ବିଧାୟକଙ୍କ ଦ୍ବାରା ଭର୍ଚ୍ଚୁଆଲ ମାଧ୍ୟମରେ "ମହାତ୍ମାଗାନ୍ଧୀ ସ୍ନାନଶିଳା ସୌନ୍ଦର୍ଯ୍ୟକରଣ"ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନି । ତେବେ, ଦେଖିବାକୁ ବାକୁ ରହିଲା କେବେ ସରକାର ମହାତ୍ମାଗାନ୍ଧୀ ସ୍ନାନଶିଳାର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରୁଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.