ETV Bharat / state

ଅଦୃଶ୍ୟ ଠିକାଦାରଙ୍କ କରାମତି, ହାତ ମାରିଲେ ଉଠି ଯାଉଛି କଂକ୍ରିଟ

ହାତ ମାରିଲେ ଉଠି ଯାଉଛି କଂକ୍ରିଟ । ବାଲିରେ ଧାର୍ଯ୍ୟ ଅନୁପାତ ଠାରୁ ବହୁ କମ୍ ସିମେଣ୍ଟ ମିଶାଯାଇ ନିର୍ମାଣ ହୋଇଛି ଶ୍ରେଣୀଗୃହ । କେନ୍ଦ୍ରାପଡ଼ା ଜିଲ୍ଲା ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର କାମ । ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

low quality school class room construction work in kendrapara
ଅଦୃଶ୍ୟ ଠିକାଦାରଙ୍କ କରାମତି, ହାତ ମାରିଲେ ଉଠି ଯାଉଛି କଂକ୍ରିଟ
author img

By

Published : Sep 9, 2022, 8:03 PM IST

କେନ୍ଦ୍ରାପଡ଼ା: ସରକାରୀ ସ୍କୁଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ଅନେକ ଉଦ୍ୟମ କରାଯାଉଛିି । ତେବେ ଏହାର ତଦାରଖ ଦାୟୀତ୍ବରେ ଥିବା କେତେକ ସରକାରୀ ଅଧିକାରୀଙ୍କ ଖାମଖିଆଲ ନିତୀ ଯୋଗୁଁ ସରକାରୀ ଅର୍ଥ ବାଟମାରଣା ହେଉଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ବରାହିଲୋ ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କାମ ଦେଖିଲେ ଦୁର୍ନିତୀର ଗନ୍ଧ ବାରି ହୋଇ ପଡ଼ୁଛି । ସ୍କୁଲରେ ପିଲାଙ୍କ ପାଇଁ ତିଆରି ହୋଇଛି ନୂତନ ଶ୍ରେଣୀଗୃହ । ହେଲେ ଘର ସମ୍ପୂର୍ଣ୍ଣ ହେବା ଆଗରୁ ଚଟାଣର କଂକ୍ରିଟ ଛାଡ଼ିଗଲାଣି । ଉଦଘାଟନ ନହେଉଣୁ ଭୁଶୁଡ଼ିବା ଚିନ୍ତା ଘାରିଛି ।

ଅଦୃଶ୍ୟ ଠିକାଦାରଙ୍କ କରାମତି, ହାତ ମାରିଲେ ଉଠି ଯାଉଛି କଂକ୍ରିଟ

ସୂଚନା ଅନୁଯାୟୀ, ସର୍ବଶିକ୍ଷା ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ବରାହିଲୋ ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କରାଯାଉଛି । ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଠପଢ଼ିବା ପାଇଁ ମାତ୍ର ଗୋଟିଏ ଶ୍ରେଣୀଗୃହ ଥିବା କାରଣରୁ ପ୍ରଶାସନ ଏଠାରେ ଆଉ ଗୋଟିଏ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଥିଲା । ତେବେ ଶ୍ରେଣୀଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ସ୍ଥାନିୟ ଗ୍ରାମବାସୀଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଭାପତି ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅଭିଯୋଗ ହୋଇଛି ସରକାରୀ ଧାର୍ଯ୍ୟ ଅନୁପାତ ଠାରୁ ବହୁ କମ୍ ପରିମାଣର ସିମେଣ୍ଟ ମିଶାଯାଇ କାମ ହେଉଛି । ଶ୍ରେଣୀଗୃହର ଛାତ ତିନି ଇଞ୍ଚରେ ଢଳେଇ ହୋଇଛି । ଘର ଛାତର ରଡ଼ ଦେଖାଯାଉଥିବା ବେଳେ ଚଟାଣ ଢଳେଇ ହେବାର ତିନିଦିନ ନହେଉଣୁ କଂକ୍ରିଟ ବାହାରି ଯାଇ ବାଲି ଦେଖାଯାଉଛି । ସ୍କୁଲରେ ଏଭଳି ନିମ୍ନମାନର କାମ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି କାମ ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା(Technical Consultant)ଅନୀଲ ମହାନ୍ତିଙ୍କ ନାମରେ ରହିଛି । ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ନିଅଁ ଖୋଳା ହେବା ଠାରୁ ଆରମ୍ଭ କରି ଘରର ଛାତ ପଡ଼ିବା ପର୍ଯ୍ୟନ୍ତ ସବୁକାମ ସରିବାକୁ ବସିଲାଣି ମାତ୍ର ବୈଷୟିକ ପରାମର୍ଶଦାତାଙ୍କ ଦେଖା ଦର୍ଶନ ନାହିଁ । ବୈଷୟିକ ପରାମର୍ଶଦାତାଙ୍କ ଅନୁପସ୍ଥିତ ଯୋଗୁଁ କାମ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, "ଏହି ନୂତନ ବିଦ୍ୟାଳୟ ଘର ନିର୍ମାଣ କାମରେ ୨୦ ବସ୍ତା ବାଲିରେ ଗୋଟିଏ ବସ୍ତା ସିମେଣ୍ଟ ମିଶାଯାଇ କାମ ହୋଇଛି । ଶ୍ରେଣୀଗୃହର ନିର୍ମାଣ କାମ କରିଥିବା ଅଦୃଶ୍ୟ ଠିକାଦାର ଅତ୍ୟନ୍ତ ନିମ୍ନମାନର କାମ କରିଛନ୍ତି । ଏଥିଯୋଗୁଁ ଗ୍ରାମବାସୀ ନୂତନ ଶ୍ରେଣୀଗୃହରେ ପିଲାମାନେ ବସି ପଢିବାକୁ ସୁରକ୍ଷିତ ମଣୁନାହାନ୍ତି । TC ଅନୀଲ ମହାନ୍ତି ଏହି କାମର ତଦାରଖ କରିନଥିବାରୁ ଘର ସମ୍ପୂର୍ଣ୍ଣ ହେଲେ ମଧ୍ୟ ଏଠାରେ ବସି ପାଠ ପଢିଲେ କେତେବେଳେ କୌଣସି ପ୍ରକାର ଅଘଟଣ ଘଟିବ ସେ ଆଶଙ୍କାରେ ଅଛନ୍ତି ଅଭିଭାବକ । "

ଏହା ମଧ୍ୟ ପଢ଼ନ୍ତୁ: ମାଆ ବଦଳରେ ସ୍କୁଲରେ ଝିଅ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ DEO

ନିମ୍ନମାନର କାମକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସମେତ ଅଭିଭାବକ ଅନେକ ଥର TCଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିର୍ମାଣ କାମକୁ ବନ୍ଦ ରଖିଛନ୍ତି ଗ୍ରାମବାସୀ । ପରିଚାଳନା କମିଟି ସଭାପତିଙ୍କ କହିବା ଅନୁଯାୟୀ, ଏହି ଶ୍ରେଣୀଗୃହର ନିର୍ମାଣ କାମର ଭିଜିଲାନ୍ସର ବୈଷୟିକ ଟିମ ଦ୍ୱାରା ତଦନ୍ତ କରାଯାଉ ଏବଂ ବିନା ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା କାମ ପାଇଁ ଠିକାଦାରର ବିଲ ବନ୍ଦ କରାଯାଉ । ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ପଚାରିବାରୁ ଖୁବଶୀଘ୍ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.