ETV Bharat / state

ସ୍ୱପ୍ନର ଗୁରୁଗାଓଁ ସହର କେନ୍ଦ୍ରାପଡା ରାସ୍ତାରେ ଗାଈଗୋରୁ, ହାତ ଟେକିଦେଲେ ପୌରାଧ୍ୟକ୍ଷା - କେନ୍ଦ୍ରାପଡାରେ ବୁଲା ଗୋରୁଗାଈଙ୍କ ସମସ୍ୟା

ସବୁଠୁ ପୁରୁଣା ସହର ହେଲେ ଭିନ୍ନ ତାର ଅବତାର । ୧୫୩ ବର୍ଷର କେନ୍ଦ୍ରାପଡ଼ା ସହର ଏବେ ଜରାଜୀର୍ଣ୍ଣ ହୋଇପଡିଛି । ୨୦୦୯ ମସିହାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ସହରକୁ ଗୁରୁଗାଓଁ କରିବାର ସ୍ୱପ୍ନ ଦେଖାଇଥିଲେ । ତେବେ ବର୍ତ୍ତମାନ ସାଂସଦ ୨୦୧୯ ନିର୍ବାଚନ ରାଲିରେ କେନ୍ଦ୍ରାପଡ଼ାକୁ ଗୁରୁଗାଓଁ ଭଳି ନକରି କେନ୍ଦ୍ରାପଡ଼ାକୁ ଏଭଳି କରାଯିବ ଯେ ଗୁରୁଗାଓଁ ଏଠୁ ଶିଖିବ ବୋଲି କହିଥିଲେ । ମାତ୍ର ଏବେ ସହର ଗୋରୁଙ୍କ ଗାଓଁରେ ପରିଣତ ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

ସ୍ୱପ୍ନର ଗୁରୁଗାଓଁ ସହର କେନ୍ଦ୍ରାପଡା ରାସ୍ତାରେ ଗାଈଗୋରୁ, ହାତ ଟେକିଦେଲେ ପୌରାଧ୍ୟକ୍ଷା

author img

By

Published : Aug 28, 2022, 5:59 PM IST

କେନ୍ଦ୍ରାପଡ଼ା: ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି କେନ୍ଦ୍ରାପଡ଼ା ସହର। ପୌରପାଳିକାକୁ ୧୫୪ ବର୍ଷ ଚାଲିଥିବାବେଳେ, ସହରକୁ ଦେଖିଲେ କେହି ଏହା ପୁରାତନ ସହର ବୋଲି ନକହି 'ଗାଈଗୁହାଳ'ର ସହର କହିବାକୁ ବାଧ୍ୟ ହେବେ । ଦୀର୍ଘବର୍ଷ ଧରି ବୋର୍ଡ ନଥାଇ ଯେଉଁ ସ୍ଥିତି ରହିଥିଲା ଏବେ ନୂଆ ବୋର୍ଡ ଗଠନ ପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅନ୍ୟପଟେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋୖରାଧ୍ୟକ୍ଷା ।

ସ୍ୱପ୍ନର ଗୁରୁଗାଓଁ ସହର କେନ୍ଦ୍ରାପଡା ରାସ୍ତାରେ ଗାଈଗୋରୁ, ହାତ ଟେକିଦେଲେ ପୌରାଧ୍ୟକ୍ଷା

୨୦୦୯ ମସିହାରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ସହରକୁ ଗୁରୁଗାଓଁ କରିବାର ସ୍ୱପ୍ନ ଦେଖାଇଥିବା ବେଳେ ବର୍ତ୍ତମାନ ସାଂସଦ ୨୦୧୯ ନିର୍ବାଚନ ରାଲିରେ କେନ୍ଦ୍ରାପଡ଼ାକୁ ଗୁରୁଗାଓଁ ଭଳି ନକରି କେନ୍ଦ୍ରାପଡ଼ାକୁ ଏଭଳି କରାଯିବ ଯେ ଗୁରୁଗାଓଁ ଏଠୁ ଶିଖିବ ବୋଲି କହିଥିଲେ । ତେବେ ୨୦୦୯ରୁ ୨୦୨୨ ଦୀର୍ଘ ୧୩ ବର୍ଷ ଧରି ଏହା ଗୁରୁଗାଓଁ ତ ହୋଇନି କି ଗୁରୁଗାଓଁକୁ ଶିଖାଇବା ଭଳି କୌଣସି ବିକାଶ ମଧ୍ୟ ହୋଇନଥିବାବେଳେ, ଗୁରୁଗାଓଁ ବଦଳରେ ବୁଲା ଗାଈ ଏବଂ ଗୋରୁଙ୍କ ଗାଓଁ(ସହର)ପାଲଟିଛି କେନ୍ଦ୍ରାପଡ଼ା ସହର । ସକାଳ ଠାରୁ ରାତି ଯେତେବେଳେ ବି ଦେଖିବେ ସହରର ୧ରୁ ଆରମ୍ଭ କରି ୨୧ନଂ ୱାର୍ଡ ପର୍ଯ୍ୟନ୍ତ ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ରାସ୍ତା ।

ସହରର ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କାକଟ ଛକ, ବଡହାଟ, ସାନ୍ତସାହି, ସାନମଙ୍ଗଳା, ଇଚ୍ଛାପୁର ଆଦି ଜନଗହଳି ସ୍ଥାନ ମାନଙ୍କରେ ଜମୁଛି ଗାଈଗୋରୁଙ୍କ ଭିଡ଼ । ସହରର ଜନସଂଖ୍ୟା ୨ଲକ୍ଷରୁ ଅଧିକ ହୋଇଥିବା ବେଳେ ସହରକୁ ପ୍ରତ୍ୟେହ କୌଣସି ନା କୌଣସି କାମରେ ଆସୁଥିବା ୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣାର ଶିକାର ହେବାକୁ ପଡୁଛି । ଦୈନିକ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଯିବା ଥୟ ହେଉଥିବା ବେଳେ ଗାଈ ମାନଙ୍କୁ ସହରର ରାସ୍ତାରେ ଛାଡି ଏହାର ମାଲିକ ମାନେ ମଧ୍ୟ ବେଫିକର । କେବଳ ସକାଳୁ ଗାଈ ମାଲିକମାନେ ଏମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରିବା ପରେ ଏମାନଙ୍କୁ ପୁନର୍ବାର ସହରର ରାସ୍ତା ଦେଖାଇ ଦେଉଥିବା ପ୍ରମାଣିତ ହୁଏ ।

୨୦୧୬ ମସିହା ଠାରୁ ରାଜ୍ୟର ଏହି ସର୍ବ ପୁରାତନ ପୌରପାଳିକାରେ ନିର୍ବାଚିତ ବୋର୍ଡ ନଥିବା କାରଣରୁ ଗୋରୁଗାଈଙ୍କ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଆପତ୍ତି ଅଭିଯୋଗ କରାଯାଉଥିଲେ ମଧ୍ୟ ଏନେଇ କେହି କର୍ଣ୍ଣପାତ କରୁନଥିଲେ । ତେବେ ଚଳିତବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ ପରେ ସ୍ଥାୟୀ ବୋର୍ଡ ଗଠନ କରାଯାଇଥିଲେ ମଧ୍ୟ ବୋର୍ଡକୁ ୫ ମାସ ପୁରିଥିଲେ ମଧ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିନାହିଁ । ଏ ନେଇ ସ୍ଥାନୀୟ ପୋୖରାଧ୍ୟକ୍ଷା କହିଛନ୍ତି, "ଗାଈଗୋରୁଙ୍କୁ ଘରେ ବାନ୍ଧି ରଖିବା ପାଇଁ ପ୍ରଚାର କରାଯାଇଥିଲେ ମଧ୍ୟ ଏଥିପ୍ରତି ଜନସାଧାରଣ ସଚେତନ ହେଉନାହାନ୍ତି ଯେଉଁଥିପାଇଁ ଭବିଷ୍ୟତରେ ସେ ଏହି ବୁଲା ଗାଈଗୋରୁଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ଲୋକେ ନଚାହିଁଲେ କୌଣସି କାମ ସୁରୁଖୁରୁରେ ହୋଇପାରିବ ନାହିଁ ।"

ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତ୍ୱେ ବୁଲା ଗାଈଗୋରୁଙ୍କ ମାଲିକ ମାନଙ୍କ ବିରୋଧରେ ପୋୖର କର୍ତ୍ତୃପକ୍ଷ କିମ୍ଵା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସହରବାସୀ । ତେବେ ଭବିଷ୍ୟତରେ ବଡ଼ ଆନ୍ଦୋଳନ ଚେତାବନୀ ଦେଇଥିବାବେଳେ, ଅଗଷ୍ଟ ୧୨ ତାରିଖରୁ ସହରରେ ବୁଲା ଗାଈଗୋରୁଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.