ETV Bharat / state

ବିଦାୟ ନେଉଛନ୍ତି ଧନଦାତ୍ରୀ: ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ, ବ୍ୟାଣ୍ଡପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା

author img

By

Published : Oct 17, 2022, 6:29 PM IST

Updated : Oct 17, 2022, 6:37 PM IST

ବିଦାୟ ନେଉଛନ୍ତି ମା ଧନଦାତ୍ରୀ । କେନ୍ଦ୍ରାପଡ଼ା ମେଳଣ ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିବାବେଳେ ବ୍ୟାଣ୍ଡପାର୍ଟିଙ୍କ ମଧ୍ୟରେ ଭଲ ବାଜା ବଜାଇବାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିଦାୟ ନେଉଛନ୍ତି ଧନଦାତ୍ରୀ: ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ, ବ୍ୟାଣ୍ଡପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା
ବିଦାୟ ନେଉଛନ୍ତି ଧନଦାତ୍ରୀ: ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ, ବ୍ୟାଣ୍ଡପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା

କେନ୍ଦ୍ରାପଡ଼ା: ଲକ୍ଷ୍ମୀପୂଜା ସାଙ୍ଗକୁ ଦି ଦିନିଆ ମେଳଣ ଓ ଭସାଣ ଉତ୍ସବ (Immersion of Maa Gajalaxmi) ପାଇଁ ସାରା ରାଜ୍ୟରେ ନାଁ କମାଇଛି କେନ୍ଦ୍ରାପଡ଼ା । ଜିଲ୍ଲାରେ ଗତକାଲିଠାରୁ ମେଳଣ ପର୍ବ ଆରମ୍ଭ ହୋଇଥିବା ବେଳେ ଆଜି(ସୋମବାର) ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ମେଳଣ ପର୍ବରେ ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ବ୍ୟାଣ୍ଡାପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।

ସପ୍ତାହର ଅବସ୍ଥାନ ପରେ ଗତ ଶନିବାର ମା'ଲକ୍ଷ୍ମୀଙ୍କ ବିସର୍ଜନ ପୂଜା ଓ ହୋମ ହେବା ପରେ ଗତକାଲି ଠାରୁ ମେଳଣ ପଡିଆ ପୁରୁଣା ବସଷ୍ଟାଣ୍ଡ ଅଭିମୁଖେ ଆସୁଛନ୍ତି ସହରର ୪୭ଟି ମେଢ଼ । ଭିନ୍ନ ଭିନ୍ନ ରକମର ସିଙ୍ଗ ବାଜା, ମାଦଲ ବାଜା, ବ୍ୟାଣ୍ଡ ପାର୍ଟି ଆଉ ଅତ୍ୟାଧୁନିକ ଡିଜେ ଗୀତର ତାଳରେ ନାଚି ନାଚି ମା'ଙ୍କୁ ମେଳଣ ପଡିଆ ନେଉଛନ୍ତି ପୂଜା କମିଟି କର୍ମକର୍ତ୍ତା ଓ ସହରବାସୀ । ରାଜ୍ୟର ଗଞ୍ଜାମ, ବ୍ରହ୍ମପୁର, ଅନୁଗୋଳ, ଗଜପତି ଆଦି ଜିଲ୍ଲାର ବଛା ବଛା ବ୍ୟାଣ୍ଡ ପାର୍ଟି ସାଙ୍ଗକୁ ରାଜ୍ୟ ବାହାରର ଶ୍ରୀକାକୁଲମ, ଶ୍ରୀନିବାସ, ଯେମିନି ଭଳି ଅତ୍ୟାଧୁନିକ ବାଜା ଏହି ମେଳଣରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢନ୍ତୁ- ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ଘଣ୍ଟଘଣ୍ଟାରେ କମ୍ପୁଛି କେନ୍ଦ୍ରାପଡା

ଏହା ସହ ପୂଜା କମିଟି ଗୁଡିକର ବାଜା ବଜାଇବାରେ ଏକ ନମ୍ବର ହେବାର ଆଶାକୁ ପୂରଣ କରାଇବାରେ ପ୍ରତିଯୋଗିତା କରିଥାନ୍ତି । ପୂଜାର ୭ଦିନ ମଧ୍ୟରେ ହେଉଥିବା ଖର୍ଚ୍ଚର ୨ଗୁଣ ଅର୍ଥ ଏହି ମେଳଣ ଆଉ ଭସାଣ ସମୟରେ ଖର୍ଚ୍ଚ କରିଥାନ୍ତି କେନ୍ଦ୍ରାପଡ଼ା ସହରର ସମସ୍ତ ପୂଜା କମିଟି ବୋଲି କହିଛନ୍ତି ପୂଜା ଆୟୋଜକ । ସେହିପରି ସହରରେ ଗତକାଲି ମେଳଣ ପାଇଁ ଅସମ୍ଭାଳ ଭିଡ଼ ଦେଖି ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ପୂଜା କମିଟିର ସଭାପତି । ପୂଜା ଦେଖିବା, ମେଳଣ ବୁଲିବାକୁ ଚଳିତବର୍ଷ ଅନ୍ୟୁନ ୧୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆସିଥିବା ଆକଳନ କରିବା ସହ ମା' ଧନଦାତ୍ରୀ କେନ୍ଦ୍ରାପଡା ଜିଲ୍ଲା ଉପରେ ସେମିତି କରୁଣା ରଖିଥାନ୍ତୁ ବୋଲି କହିଛନ୍ତି, ରାଜ୍ୟ ବିଜେଡି ସମ୍ପାଦକ ତଥା ବଡ଼ହାଟ ପୂଜା କମିଟି ସଭାପତି ।

କିମ୍ବଦନ୍ତୀ ଓ ପରମ୍ପରା ମୁତାବକ ଗତକାଲି ନୂଆ ବସଷ୍ଟାଣ୍ଡ ଥାନପତି ମେଳଣ ପଡିଆରେ ଉପବେଶନ କରିବା ପରେ ପୁରୁଣା ବସଷ୍ଟାଣ୍ଡ ଥାନପତି ବସିଥିଲେ । ଏହାପରେ ଆଜି ସକାଳ ସୁଦ୍ଧା ପ୍ରାୟ ୪୪ଟି ମେଢ଼ ମେଳଣ ପଡିଆରେ ପହଞ୍ଚିଥିବାବେଳେ, ଆଉ ତିନୋଟି ମେଢ଼ ଶୋଭାଯାତ୍ରାରେ ଆସୁଛନ୍ତି । ତେବେ ସମସ୍ତ ମେଢ଼ ଆସି ମେଳଣ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଥାନପତିଙ୍କ ଦ୍ବାରା ଭୋଗ ଲାଗି କରାଯିବ ଓ ଏହାପରେ ଆରମ୍ଭ ହେବ ଭସାଣ ଉତ୍ସବ । ପୁରୁଣା ବସଷ୍ଟାଣ୍ଡ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୨୪ଟି ମେଢ଼ ଶୋଭାଯାତ୍ରାରେ ଯିବାକୁ ଥିବାବେଳେ ପୁରୁଣା ବସଷ୍ଟାଣ୍ଡ ଠାରୁ କେଶପୁର ଅଭିମୁଖେ ୨୧ଟି ମେଢ଼ ଶୋଭାଯାତ୍ରାରେ ଯିବାର ଲଟେରୀ ନିର୍ଦ୍ଧାରଣ କରିଛି ।

ସେହିପରି ସହରରେ ମେଳଣ ଓ ଭସାଣ ଉତ୍ସବରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇ ୭ଟି ଅସ୍ଥାୟୀ ବିସର୍ଜନ ଘାଟ ପ୍ରସ୍ତୁତ କରିଛି ପୌର ପ୍ରଶାସନ। ଗତ ସନ୍ଧ୍ୟାରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭକ୍ତ ଉପସ୍ଥିତ ରହି ମେଳଣ ପରିଚାଳନା ପାଇଁ ଏକକାନ୍ଧ ହୋଇଥିବାବେଳେ ଏଠାକାର ଭାଇଚାରା ସାରା ବିଶ୍ବକୁ ଏକ ସୁବାର୍ତ୍ତା ଦିଏ ବୋଲି କହିଛନ୍ତି ମୁସଲମାନ ଭାଇ । ବ୍ୟବସ୍ଥା ଦୃଷ୍ଟିକୋଣରୁ ଆଜି ସମସ୍ତ ମୂର୍ତ୍ତିକୁ ଜଳଛାୟା କରାଯିବାର ନିଷ୍ପତ୍ତି ହୋଇଥିବାବେଳେ ଆଜି ସଂକ୍ରାନ୍ତି ଥିବାରୁ ଆସନ୍ତାକାଲି ପ୍ରଭାତ ପର୍ଯ୍ୟନ୍ତ ଶୋଭାଯାତ୍ରା ଜାରି ରହି ମଙ୍ଗଳବାର ସକାଳୁ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Oct 17, 2022, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.