କେନ୍ଦ୍ରାପଡା: ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ପଞ୍ଚାୟତ କଳାଗଡଠାରେ ନିର୍ମାଣାଧିନ ପାଣି ଟାଙ୍କି ଉପରୁ ତଳକୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଶି ଗ୍ରାମର ଦୀପକ ନାୟକ ବୋଲି ଜଣାପଡିଛି ।
ଗୁରୁବାର ଦିନ ୯ଟା ବେଳେ ଦୀପକ ଟାଙ୍କି ଉପରେ ଚଢି କାମ କରୁଥିବା ସମୟରେ ପ୍ରାୟ 70ଫୁଟ ଉପରୁ ତଳକୁ ଖସି ପଡିଥିଲେ । ଦୀପକଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମାର୍ଶାଘାଇ ଥାନକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ