ETV Bharat / state

କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରି, କହିଲେ ମୋତ ବିଧବା କର - ଜିଲ୍ଲାପାଳ ମୋତେ ବିଧବା କରନ୍ତୁ କହିଲେ ମହିଳା

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀକୁ ଘରେ ପୁରାଇ ଦେଉନାହାନ୍ତି ଶାଶୁଘର ଲୋକେ । ଜିଲ୍ଲାପାଳ ମୋତେ ବିଧବା କରନ୍ତୁ କହିଲେ ମହିଳା । ଅଧିକ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରି

author img

By

Published : Feb 14, 2023, 8:39 AM IST

କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରି

କେନ୍ଦ୍ରାପଡା: ସ୍ବାମୀଙ୍କ ମୃତ୍ୟୁକୁ ୮ ଦିନ ବିତିଲାଣି । ହେଲେ ଏବେ ବି ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧିଛନ୍ତି ମହିଳା । କାରଣ ଶାଶୁଘର ଲୋକେ ଓଡିଆ ଘରର ରୀତିନୀତି ଅନୁସାରେ ତାଙ୍କୁ ବିଧବା ହେବାକୁ ଦେଉନାହାନ୍ତି । ତେଣୁ ଜିଲ୍ଲାପାଳ ମୋତେ ବିଧବା କରନ୍ତୁ ବୋଲି ନିବେଦନ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ସଂସାରଫଳ ଗାଁର ମହିଳା ଶୁଭଶ୍ରୀ ପାତ୍ର । ଶାଶୁଘର ଲୋକେ ଘରେ ପୁରାଇ ଦେଉନଥିବାରୁ ତାଙ୍କୁ ବିଧବା କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଗରା ଗାଁର ମନୋଜ କୁମାର ନାୟକ ୨୦୧୨ ମସିହାରେ ସଂସାରଫଳ ଗାଁର ଶୁଭଶ୍ରୀ ପାତ୍ରଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଝିଅ ଅଛନ୍ତି । ୬ ମାସ ତଳେ ପାରିବାରିକ କଳହକୁ କେନ୍ଦ୍ରକରି ଶୁଭଶ୍ରୀ ନିଜ ବାପଘରକୁ ଚାଲି ଯାଇ ସେଠାରେ ରହୁଥିଲେ । ଗତ ୮ ଦିନ ତଳେ ସ୍ୱାମୀ ମନୋଜ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କ ସହ ହୋଇଥିବା ମନ ମାଳିନ୍ୟକୁ ଭୁଲି ଶୁଭଶ୍ରୀ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ସମୟରେ ଶାଶୁଘରେ ପହଞ୍ଚିଥିଲେ । କିନ୍ତୁ ଦେଢ଼ଶୁର ଓ ଯାଆ ସେଠାରୁ ତାଙ୍କୁ ମାଡ ମାରି ବିଦା କରି ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ମହିଳାଙ୍କୁ ଅଭିଯୋଗ ଅନୁସାରେ, ଶାଶୁଘର ଲୋକେ ତାଙ୍କର ଦୁଇ ଝିଅଙ୍କୁ ମଧ୍ୟ ଘରେ ବନ୍ଦ କରି ରଖିଛନ୍ତି ଏବଂ ତାଙ୍କ ସହ ଭେଟିବାକୁ ଦେଉନାହାନ୍ତି । ଖାଲି ସେତିକି ନୁହେଁ, ସ୍ୱାମୀଙ୍କ କୋକେଇ ଉଠିବା ପରେ ଓଡ଼ିଆ ଘରର ସ୍ତ୍ରୀ ହାତରୁ ଶଙ୍ଖା ଓ ମଥାରୁ ସିନ୍ଦୁର ପୋଛିବାର ପରମ୍ପରା ରହିଥିଲେ ମଧ୍ୟ ତାହା ବି ଶୁଭଶ୍ରୀଙ୍କୁ କରାଇ ଦେଇନାହାନ୍ତି । ଏହାକୁ ନେଇ ମହିଳା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ ଅଭିଯୋଗ ନଶୁଣିବାରୁ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ତାଙ୍କୁ ବିଧବା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଶୁଭଶ୍ରୀ ।

ଏଥିସହ ଦୁଇ ଝିଅଙ୍କୁ ତାଙ୍କ ପାଖରେ ଛଡ଼ାଯାଉ ବୋଲି ମଧ୍ୟ ନିବେଦନ ରଖିଛନ୍ତି । ଏଭଳି ଘଟଣା ସଭ୍ୟ ସମାଜରେ ପ୍ରଥମ ହୋଇଥିବା ବେଳେ ଜଣେ ମହିଳା ନିଜ ସିନ୍ଦୁର ପୋଛିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ଭଳି ଘଟଣାରେ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଇଛି । ଅନ୍ୟପଟେ ଶୁଭଶ୍ରୀଙ୍କ ଯାଆ ଜଣେ ସରକାରୀ କର୍ମଚାରୀ ଓ ପ୍ରଭାବଶାଳୀ ମହିଳା ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେ କହିଛନ୍ତି । ଏନେଇ ଶୁଭଶ୍ରୀଙ୍କ ଦେଢଶୁର କିମ୍ବା ଯାଆଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଆଜି ପୁନର୍ବାର ଶୁଭଶ୍ରୀ ଜିଲ୍ଲାପାଳଙ୍କୁ ଭେଟିବେ ଓ ବିଧବା ହେବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.