ETV Bharat / state

ବଢୁଛି ଇକୋ ଫ୍ରେଣ୍ତଲି ରାକ୍ଷୀର ଚାହିଦା: କାଇଁଚ-ଝୋଟରୁ ପ୍ରସ୍ତୁତ ହେଉଛି ରାକ୍ଷୀ

author img

By

Published : Aug 10, 2022, 4:27 PM IST

କେନ୍ଦ୍ରାପଡାରେ ମହିଳାମାନେ କାଇଁଚ (Golden Grass) ଓ ଝୋଟରୁ ତିଆରି କରୁଛନ୍ତି ରାକ୍ଷୀ । ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଦର ବି ରହିଛି । ଯାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ସେପଟେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନ ଥିବା କହିଛନ୍ତି ରାକ୍ଷୀ ତିଆରି କରୁଥିବା ମହିଳା । ଦେଖନ୍ତୁ ଏ ରିପୋର୍ଟ

ବଢୁଛି ଇକୋ ଫ୍ରେଣ୍ତଲି ରାକ୍ଷୀର ଚାହିଦା:କାଇଁଚ-ଝୋଟରୁ ପ୍ରସ୍ତୁତ ହେଉଛି ରାକ୍ଷୀ

କେନ୍ଦ୍ରାପଡା: ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ । ଏହି ଦିନଟିକୁ ପ୍ରତ୍ୟକ ଭଉଣୀ ଚାହିଁ ବସିଥାଏ। ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବାରୁ ପ୍ରତ୍ୟକ ରାକ୍ଷୀ ଦୋକାନରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏହାରି ଭିତରେ ମୁଖ୍ୟ ଆକର୍ଷଣ ସାଜିଛି କେନ୍ଦ୍ରାପଡ଼ାର ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ କାଇଁଚ ଏବଂ ଝୋଟ ରାକ୍ଷୀ ।

ବିଭିନ୍ନ ଆକୃତିର ସହ ଚୁମକି ଲଗାଇ ପ୍ରସ୍ତୁତ କରାଯାଉଛି କାଇଁଚ(Golden Grass)ରାକ୍ଷୀ। କେନ୍ଦ୍ରାପଡ଼ା ଜିଲ୍ଲା ବାରୋ ଗାଁର 50 ରୁ ଉର୍ଦ୍ଧ୍ବ ମହିଳାମାନେ ତିଆରି କରିଛନ୍ତି କାଇଁଚ ରାକ୍ଷୀ । ଓଡ଼ିଶାରେ ଧୀରେ ଧୀରେ ଲୁପ୍ତ ହୋଇ ଯାଉଥିବା କାଇଁଚକୁ ବିଲରୁ ସଂଗ୍ରହ କରି ବିଭିନ୍ନ ପ୍ରକାରର ସୁନ୍ଦରସୁନ୍ଦର ରାକ୍ଷୀ ଏମାନେ ପ୍ରସ୍ତୁତ କରୁଛନ୍ତି । ମାଳି, ସୁତା, ଚୁମକି ଓ ଉଲ ବ୍ୟବହାର ହୋଇ ପ୍ରସ୍ତୁତ ହେଉଛି କାଇଁଚ ରାକ୍ଷୀ ।

ହାତ ତିଆରି କାଇଁଚ ରାକ୍ଷୀର ବେଶ ଚାହିଦା ଥିବା ମଧ୍ୟ କହିଛନ୍ତି ରାକ୍ଷୀ ପ୍ରସ୍ତୁତ କରୁଥିବା ମହିଳା । ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଦର ବି ରହିଛି । ଗୋଟିଏ ରାକ୍ଷୀକୁ 20ରୁ 30 ଟଙ୍କାରେ ବିକ୍ରି କରାଯାଉଛି । ଯାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ହେଲେ ପାରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବା କହିଛନ୍ତି ରାକ୍ଷୀ ତିଆରି କରୁଥିବା ମହିଳା ।

ସେହିପରି ସ୍ଥାନୀୟ କଳପଡା ଗାଁର ମା’ ସିଦ୍ଧ ମରିଚାଣି ଉତ୍ପାଦ ଗୋଷ୍ଠୀର 30ରୁ ଉର୍ଦ୍ଧ୍ବ ମହିଳା ତିଆରି କରୁଛନ୍ତି ଝୋଟ (Jute)ର ରାକ୍ଷୀ । ଝୋଟକୁ ସଜାଇ କାଟି ପ୍ରସ୍ତୁତ ହେଉଛି ରାକ୍ଷୀ । ନ ଦେଖିଲେ ହୁଏତ ବିଶ୍ୱାସ ହେବନି । ଝୋଟକୁ ବିଭିନ୍ନ ପ୍ରକାର କାଟିବା ପରେ ଏଥିରେ ରଙ୍ଗ ଲଗାଯାଉଛି । ମାଳି ଆଉ ଚୁମକିରେ ସଜା ଯାଉଛି । ଏ ରାକ୍ଷୀର ଦାମ ବି କମ୍ ରହିଛି ।

"ଝୋଟ ରାକ୍ଷୀର ମୂଲ୍ୟ 10 ରୁ ଆରମ୍ଭ କରି 50 ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଦୁଇପ୍ରକାର ରାକ୍ଷୀ ତିଆରି ପାଇଁ ପରିଶ୍ରମ ଅଧିକ ହେଉଥିବା ବେଳେ ପାରିଶ୍ରମିକ ତାହା ତୁଳନାରର ବହୁତ କମ । ହେଲେ ଭାଇ ହାତରେ ଭଉଣୀ ଏହି କାଇଁଚ ଓ ଝୋଟର ରାକ୍ଷୀକୁ ବାନ୍ଧିବ ତା ଠାରୁ ଅଧିକ ଖୁସି ଏହି ଟଙ୍କାରେ ନାହିଁ ବୋଲି କୁହନ୍ତି ଗ୍ରୁପ ସଦସ୍ୟା ।’’

ସ୍ୱଳ୍ପ ମୂଲ୍ୟ ତଥା ପରିବେଶ ପାଇଁ ଅନୁକୂଳ ହୋଇପାରୁଛି ଏହି ରାକ୍ଷୀ । ଅନ୍ୟପକ୍ଷରେ ପ୍ଲାଷ୍ଟିକ ଓ ରେଶମ ସୂତା ଯୁଗରେ ରଙ୍ଗ ବେରଙ୍ଗର ରାକ୍ଷୀ ଅପେକ୍ଷା ଝୋଟ ଏବଂ କାଇଁଚ ରାକ୍ଷୀ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.