ETV Bharat / state

ଆଳି କନିକା ଥାନା ଅଞ୍ଚଳରୁ ସଶସ୍ତ୍ର ଡକାୟତି ଘଟଣା, ବନ୍ଧାହେଲେ ଲୁଟେରା

କେନ୍ଦ୍ରାପଡ଼ା ଆଳି କନିକା ଥାନା ଅଞ୍ଚଳରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

author img

By

Published : May 17, 2022, 7:27 PM IST

ଆଳି କନିକା ଥାନା ଅଞ୍ଚଳରୁ ସଶସ୍ତ୍ର ଡକାୟତି ଘଟଣା, ବନ୍ଧାହେଲେ ଲୁଟେରା
ଆଳି କନିକା ଥାନା ଅଞ୍ଚଳରୁ ସଶସ୍ତ୍ର ଡକାୟତି ଘଟଣା, ବନ୍ଧାହେଲେ ଲୁଟେରା

କେନ୍ଦ୍ରାପଡ଼ା: ଜିଲ୍ଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଗତ ଦୁଇମାସ ହେବ ଲୁଟେରାମାନେ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । ଏହି ଲୁଟପାଟ ଘଟଣା ଆଳି ଓ କନିକା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ହେଲେ କେନ୍ଦ୍ରାପଡ଼ା ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ବାର୍ଡ ଓ SDPOଙ୍କ ମିଳିତ ଉଦ୍ୟମରେ ଏକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଏହି ଲୁଟେରା ଗ୍ୟାଙ୍ଗ ଆଳି ଥାନା ବଡ଼ଆଙ୍କୋ ଗ୍ରାମରେ ଗତ 7 ତାରିଖ ରାତିରେ ସାଧୁଚରଣ ମହାଳିକଙ୍କ ଘରୁ ସଶସ୍ତ୍ର ଡକାୟତି ଓ ରାଜକନିକା ଥାନା ଆଗପଡା ମିନତୀ ମଲିକଙ୍କ ଘରୁ ଏପ୍ରିଲ 30 ତାରିଖ ରାତିରେ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ । ଏ ନେଇ କେନ୍ଦ୍ରାପଡ଼ା ଏସପି ଆଜି ଆଳି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଲୁଟେରା ଗ୍ୟାଙ୍ଗ ନିକଟରୁ 2 ଲକ୍ଷ 41 ହଜାର ଟଙ୍କା ମୂଲ୍ୟର 53 ଗ୍ରାମ ସୁନା, 16 ହଜାର ଟଙ୍କାର 368 ଗ୍ରାମର ରୂପା, 3ଟି ମୋଟର ସାଇକେଲ ଜବତ ହୋଇଛି ।

ଏହାସହ 2ଟି ଛୁରୀ, ଗ୍ୟାସ୍ କଟର, ପ୍ଲାଷ୍, ଖେଳନା ବନ୍ଧୁକ, କିଛି କଂସା ପିତ୍ତଳ ବାସନ ସାମଗ୍ରୀ ସହିତ ନଗଦ 23,800 ଟଙ୍କା ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ମଦକର ସମ୍ପଦ। ଏଥିସହିତ ଘଟଣାରେ ସମ୍ପୃକ୍ତ 5ଜଣ ଡକାୟତଙ୍କ ସମେତ ଚୋରି ଜିନିଷ କିଣିଥିବା 6ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.