ETV Bharat / state

କେନ୍ଦ୍ରାପଡା ବିଧାୟକଙ୍କ ଡ୍ରାଇଭରର ଦାଦାଗିରି ! ଅଭିଯୋଗକାରୀଙ୍କୁ ଆକ୍ରମଣ ଅଭିଯୋଗ

ପାଣି ସମସ୍ୟା ନେଇ ଆସିଥିବା ଅଭିଯୋଗକାରୀଙ୍କ ଉପରେ ବିଧାୟକଙ୍କ ଡ୍ରାଇଭରକୁ ଲଗାଇ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Kendrapara MLA's driver attacks complainant on Saturday
କେନ୍ଦ୍ରାପଡ଼ା ବିଧାୟକଙ୍କ ଡ୍ରାଇଭର ଦ୍ବାରା ଅଭିଯୋଗକାରୀଙ୍କୁ ଆକ୍ରମଣ
author img

By

Published : Dec 5, 2020, 2:07 PM IST

Updated : Dec 5, 2020, 5:31 PM IST

କେନ୍ଦ୍ରାପଡା: ବିଧାୟକ ଶଶୀଭୂଷଣ ବେହେରାଙ୍କ ଡ୍ରାଇଭର ଶନିବାର ଜଣେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ସଂରକ୍ଷଣ ଦିବସ ପାଳନ ହେଉଥିବା କାର୍ଯ୍ୟକ୍ରମରେ ଘଟିଛି ।

କେନ୍ଦ୍ରାପଡା ବିଧାୟକଙ୍କ ଡ୍ରାଇଭରର ଦାଦାଗିରି ! ଅଭିଯୋଗକାରୀଙ୍କୁ ଆକ୍ରମଣ ଅଭିଯୋଗ

ସୂଚନା ଅନୁଯାୟୀ,ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକ କପାଳେଶ୍ବର ପଞ୍ଚାୟତ ସମଲକୁଳ ଗାଁର କିଛି ଲୋକ ଗାଁକୁ ପିଇବା ପାଣି ଆସୁନଥିବା ଅଭିଯୋଗ ନେଇ ବିଧାୟକ ଶଶୀଭୂଷଣ ବେହେରାଙ୍କ ନିକଟକୁ ଆସିଥିଲେ । ସେହି ସମୟରେ ବିଧାୟକ ମଞ୍ଚରେ ଥିବା ବେଳେ ଗ୍ରାମବାସୀ ଗେଟ୍‌ ନିକଟରେ ଛିଡା ହୋଇ ଅପେକ୍ଷା କରିବାକୁ କହୁଥିବା ବେଳେ ବିଧାୟକଙ୍କ ଗାଡି ଡ୍ରାଇଭର ପ୍ରଥମେ ସେମାନଙ୍କୁ ଗାଳିଗୁଲଜ କରିଥିଲେ ।

ଅଭିଯୋଗ ନେଇ ଆସିଥିବା ଅଭିଯୋଗକାରୀ ପ୍ରଶାନ୍ତ ମଲ୍ଲିକଙ୍କୁ ବିଧାୟକଙ୍କ ଡ୍ରାଇଭର ଆକ୍ରମଣ କରିଥିଲେ । ଯାହା ଫଳରେ ପ୍ରଶାନ୍ତଙ୍କ ମୁହଁରେ ଆଘାତ ଲାଗିଥିବା ନିଜେ ପ୍ରଶାନ୍ତ ଅଭିଯୋଗ କରିଛନ୍ତି । ଡ୍ରାଇଭରର ଏଭଳି ଆକ୍ରମଣ ଘଟଣାରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ କିଛି ସମୟ ଧରି କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଟିତୁଣ୍ଡ କରିଥିଲେ । ପରେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣା ସଂପର୍କରେ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Dec 5, 2020, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.