ETV Bharat / state

ନିଜ ଅପହରଣ ନାଟକ ରଚିଥିଲେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Oct 3, 2023, 8:08 AM IST

Updated : Oct 3, 2023, 8:52 AM IST

ଋଣ ଟଙ୍କା କଲେକ୍ସନ ସାରି ଫେରୁଥିବା ବେଳେ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ଥିବା ଖବର ଆସିଥିଲା । ସେ ନିଖୋଜ ନଥିଲେ ବରଂ ନିଜେ ନିଜର ଅପହରଣ ନାଟକ ରଚିଥିବା ଜଣାପଡିଛି । ଅଧିକ ପଢନ୍ତୁ

missing finance company agent found
ନିଜ ଅପହରଣ ନାଟକ ରଚିଥିଲେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ

କେନ୍ଦ୍ରାପଡା: ସେପ୍ଟେମ୍ବର 27 ତାରିଖରୁ ଅକ୍ଟୋବର 2 ତାରିଖ ହୋଇଗଲା । ପୁଅ କେଉଁଆଡେ ଗଲା ବୋଲି ଚିନ୍ତାରେ ଥିଲେ ପରିବାର । ପୋଲିସ ମଧ୍ୟ ଖୋଜାଖୋଜି ଜାରି ରଖିଥିଲା । ଅପହରଣ କରାଯାଇଥିବା ନେଇ ଥାନାରେ ପରିବାର ଏତଲା ଦେଇଥିଲେ । ହେଲେ ଏହା ପଛରେ ଥିଲା ଏକ ନାଟକ । ଋଣ ଟଙ୍କା ଆଦାୟ କରି ଫେରୁଥିବା ବେଳେ କେନ୍ଦ୍ରାପଡାର ଫାଇନାନ୍ସ କମ୍ପାନୀ କର୍ମଚାରୀ ସ୍ବାଗତ ସାମଲ ନିଖୋଜ ଥିବା ଘଟଣାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ଗାଁରେ ଚହଳ ପଡିଥିଲା । ଦିନ ପରେ ଦିନ ବିତୁଥିଲା ହେଲେ ସ୍ବାଗତଙ୍କର କୌଣସି ପତ୍ତା ମିଳୁନଥିଲା । ସ୍ବାଗତ ନିଖୋଜ ନଥିଲେ ବରଂ ନିଜ ଅପହରଣ ନାଟକ ରଚି ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ନିଜେ ଜାଣିଶୁଣି ନିଖୋଜ ହୋଇଥିଲେ ସ୍ବାଗତ ।

କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ରାଜଗଡ଼ ଗାଁର ସ୍ୱାଗତ ସାମଲ ଭାରତ ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥାରେ ଦୀର୍ଘଦିନ ଧରି କାମ କରି ଆସୁଥିଲେ । ଗତ ୨୭ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର-ବଡିହ ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ନିକଟରେ ତାଙ୍କର ବାଇକ, ବାମ ଗୋଡର ଚପଲ ରାସ୍ତା ଉପରେ ପଡିଥିଲା । ଏଥିସହ ବ୍ୟାଗ ଓ ଲାପଟପ ରାସ୍ତା ଉପରେ ପଡ଼ିଥିବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ଆଶଙ୍କା କରାଯାଇଥିଲା । ସ୍ୱାଗତଙ୍କ ବଡଭାଇ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏତଲା ଦାଏର କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଦିନ ସ୍ୱାଗତ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଠାରୁ ମୋଟ ୨ ଲକ୍ଷ ୬୫ ହଜାର ଋଣ ଟଙ୍କା ଆଦାୟ କରିଥିବା ଜାଣିବାକୁ ପାଇଥିଲା । ସ୍ୱାଗତ ଅନଲାଇନ ଯୋଗେ ଆଦାୟ କରିଥିବା ୧ ଲକ୍ଷ ୪୧ ହଜାର ୬୬୩ ଟଙ୍କା କମ୍ପାନୀ ଆକାଉଣ୍ଟରେ ଡିପୋଜିଟ କରିଥିବା ବେଳେ ଅବଶିଷ୍ଟ ୧ ଲକ୍ଷ ୨୩ ହଜାର ୩୩୭ ଟଙ୍କା ଧରି ରାଜନଗରରେ ଥିବା ଫାଇନାନ୍ସ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ଏତଲାରେ ଦର୍ଶାଯାଇଥିଲା ।

ଏହା ବି ପଢନ୍ତୁ...ମିଳୁନି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା, ଋଣ ଟଙ୍କା ଆଦାୟ କରି ଫେରୁଥିବାବେଳେ ନିଖୋଜ

ଏହି ଘଟଣାର ପର୍ଦ୍ଦାଫାସ କରି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ମଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ''କମ୍ପାନୀର ଅର୍ଥକୁ ଆତ୍ମସାତ କରିବା ଲକ୍ଷ୍ୟରେ ସ୍ୱାଗତ ଏକ ନାଟକ ଭିଆଇଥିଲା । ରାସ୍ତାରେ ନିଜେ ଗାଡିର ଷ୍ଟାଣ୍ଡ ମାରି ଚପଲ ଓ ବ୍ୟାଗକୁ ଏଣେତେଣେ ପକାଇ ଟଙ୍କାକୁ ଧରି ଏକ କାର ଯୋଗେ ଭୁବନେଶ୍ୱର ଫେରାର ହୋଇଥିଲା ସ୍ବାଗତ । ସେଠାରେ ସପିଂ କରିବା ସହ ଉକ୍ତ ଟଙ୍କାରୁ ସେ ୧୭ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ବିଭିନ୍ନ ଗଣମାଧ୍ୟମରେ ସ୍ୱାଗତ ନିଖୋଜ ନେଇ ଖବର ପ୍ରସାରଣ ହେବା ପରେ ଭୟଭୀତ ହୋଇ ଘରକୁ ଫେରିବା ସମୟରେ ରାଜଗଡ଼ ଗାଁରୁ ପୋଲିସ ତାଙ୍କୁ ଗିରଫ କରିଛି ।'' ସ୍ୱାଗତ ହିଁ ଅପହରଣ ନାଟକର ମୁଖ୍ୟ ପୃଷ୍ଠପୋଷକ ବୋଲି ପୋଲିସ ପକ୍ଷରୁ ମିଳିଥିବା ସୂଚନାକୁ ଜଣାପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Oct 3, 2023, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.