ETV Bharat / state

ସମାନ କାମକୁ ସମାନ ଦରମା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଅଧ୍ୟାପକ ସଂଘ

author img

By

Published : Jul 12, 2023, 9:24 PM IST

ସମାନ କାମକୁ ସମାନ ଦରମା ଦାବି । ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ହୋଇଥିବା ପାତର ଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ଦାବି ଶୁଣୁ ନାହାଁନ୍ତି ରାଜ୍ୟ ସରକାର
ଦାବି ଶୁଣୁ ନାହାଁନ୍ତି ରାଜ୍ୟ ସରକାର
ଦାବି ଶୁଣୁ ନାହାଁନ୍ତି ରାଜ୍ୟ ସରକାର

କେନ୍ଦ୍ରାପଡା: ୧୫୬ ଦିନଧରି ରାଜଧାନୀର ଲୋୟର ପିଏମଜି ଛକରେ ଧାରଣାରତ ଶିକ୍ଷକ ଓ ଅଣଶିକ୍ଷକ ସଂଘ । ହେଲେ ଶୁଣୁନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଶିକ୍ଷକ ଓ ଅଣଶିକ୍ଷକ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଏକ ଶୋଭାଯାତ୍ରାରେ ଆସି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

୬୬୨ ବର୍ଗ (+୨ ଓ +୩) କେନ୍ଦ୍ରାପଡା ଜିଲ୍ଲା ସଭାପତି ବସନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଆହୁତ ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତ ସାଧାରଣ ଓ ସଂସ୍କୃତ ମହାବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ସେମାନଙ୍କ ଦାବି ଗୁଡିକ ଉପସ୍ଥାପନ କରିବା ସହ ପୂର୍ବତନ ମୁଖ୍ୟ ଶାସନ ସଚିବ ସେମାନଙ୍କ ପ୍ରତି କିଭଳି କୁଠାରଘାତ କରିଛନ୍ତି ସେନେଇ ଅଭିଯୋଗମାନ ଆଣିଥିଲେ ।

ସଂଘର ଜିଲ୍ଲା ସଭାପତି ବସନ୍ତ କୁମାର ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ‘‘୨୦୨୨ ମସିହା ଆଗରୁ ୪୮୮ ବର୍ଗ କଲେଜ ଓ ୬୬୨ ବର୍ଗ କଲେଜ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ଦରମା ସମାନ ଥିଲା । ତେବେ ହଠାତ୍‌ ପୂର୍ବତନ ମୁଖ୍ୟ ଶାସନ ସଚିବ ୪୮୮ ଵର୍ଗର କଲେଜମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମା ୧୦ ହଜାର ଟଙ୍କା ବୃଦ୍ଧି କରିଥିବା ବେଳେ ୬୬୨ ବର୍ଗ କଲେଜ କର୍ମଚାରୀମାନଙ୍କୁ ଅଣଦେଖା କରାଯାଇଥିଲା । ଏନେଇ ବିକ୍ଷୋଭ ହେବା ପରେ ସରକାର ଏକ ଅନ୍ତଃ ମନ୍ତ୍ରୀ କମିଟି ଗଠନ କରି ଏହାର ବିଚାର କରିବା ପାଇଁ ସୁପାରିଶ କରିଥିଲେ । ଏହି କମିଟି ଗଠନକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ କମିଟି ଏବେ ସ୍ଥାଣୁ ଅବସ୍ଥାରେ ରହିଛି ।’’

ତେଣୁ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଛି ସଂଘ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଉକ୍ତ ଦାବି ଗୁଡିକ ଅନୁଯାୟୀ,୨୦୦୮ ଜିଓରେ ଦରମା ପାଉଥିବା ଅଧ୍ୟାପକ କର୍ମଚାରୀ ମାନଙ୍କୁ ୨୦୦୯ ଜିଓରେ ଦରମା ପାଉଥିବା ଅଧ୍ୟାପକ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ। ଅବସର ନେଇଥିବା ଓ ନେବାକୁ ଥିବା ସମସ୍ତ କର୍ମଚାରୀମାନଙ୍କୁ ପେନସନ ସହ ଅବସରକାଳୀନ ରାଶି ପ୍ରଦାନ । ୨୦୧୮ ଜିଓରେ ଦରମା ପାଉଥିବା କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ । ବିଭିନ୍ନ ଅସଙ୍ଗତିରେ ବାଦ ପଡିଥିବା ୨୦୦୮ ଓ ୨୦୧୪ ଜିଓର କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବି ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.