ETV Bharat / state

କେନ୍ଦ୍ରାପଡା ଲକ୍ଷ୍ମୀପୂଜା: ରାତ୍ରିକାଳୀନ କର୍ଫ୍ୟୁ କୋହଳ ନହେଲେ ପୂଜାବନ୍ଦ ଚେତାବନୀ ଦେଲେ ବ୍ରାହ୍ମଣ ସମୂହ

author img

By

Published : Oct 18, 2021, 8:10 PM IST

କେନ୍ଦ୍ରାପଡା ଲକ୍ଷ୍ମୀ ପୂଜା ସମୟରେ ଦୁଇ ଦିନ ରାତ୍ରୀକାଳୀନ କର୍ଫ୍ୟୁ କୋହଳ କରିବା ପାଇଁ ଦାବି କଲେ ବୈଦିକ ବ୍ରାହ୍ମଣ ସମୂହ। ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଲେ ପୂଜା ବନ୍ଦ ଚେତାବନୀ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ଲକ୍ଷ୍ମୀପୂଜା: ରାତ୍ରିକାଳୀନ କର୍ଫ୍ୟୁ କୋହଳ ନହେଲେ ପୂଜାବନ୍ଦ ଚେତାବନୀ ଦେଲେ ବ୍ରାହ୍ମଣ ସମୂହ
କେନ୍ଦ୍ରାପଡା ଲକ୍ଷ୍ମୀପୂଜା: ରାତ୍ରିକାଳୀନ କର୍ଫ୍ୟୁ କୋହଳ ନହେଲେ ପୂଜାବନ୍ଦ ଚେତାବନୀ ଦେଲେ ବ୍ରାହ୍ମଣ ସମୂହ

କେନ୍ଦ୍ରାପଡା: ଆଉ ଦିନକ ପରେ କେନ୍ଦ୍ରାପଡାର ପ୍ରସିଦ୍ଧ ଲକ୍ଷ୍ମୀପୂଜା । କିନ୍ତୁ ପୂଜା ସମୟରେ ଦୁଇଦିନ ପାଇଁ ରାତ୍ରକାଳୀନ କର୍ଫ୍ୟୁ କୋହଳ ନହେଲେ ପୂଜାନୀତି କରିବେ ନାହିଁ ବ୍ରାହ୍ମଣ ସମୂହ । କେନ୍ଦ୍ରାପଡାରେ ଏଭଳି ଚରମ ବାଣୀ ଶୁଣାଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୈଦିକ ବ୍ରାହ୍ମଣ ସମୂହ।

ସାରା ରାଜ୍ୟରେ ରାତ୍ରୀ ୧୦ ଘଟିକାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଲକ୍ଷ୍ମୀପୂଜା ଅବସରରେ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ଓ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି । ଆସନ୍ତାକାଲି ମା'ଲକ୍ଷ୍ମୀଙ୍କର ପୂଜୋତ୍ସଵ ରହିଛି । ସନ୍ଧ୍ୟା ୭ଘଟିକା ପରେ ପୂର୍ଣ୍ଣମୀ ସମୟ ଆସୁଥିବାରୁ ଘଟ ସ୍ଥାପନ କରାଯାଇ ରାତ୍ର ୧୦ଘଟିକା ମଧ୍ୟରେ ପୂଜାନୀତି ସମ୍ପନ୍ନ କରିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ପୂଜକ ସମୂହ ।

ତେବେ ଗତ ଦୂର୍ଗାପୂଜା ସମୟରେ ଜଣେ ପୂଜକଙ୍କୁ ପୂଜା ମଣ୍ଡପରୁ କୋଭିଡ ନିୟମ ଖିଲାପ କରି ପୂଜା କରୁଥିବା ଅଭିଯୋଗରେ ପୋଲିସ ଉଠାଇ ନେଇଥିବାବେଳେ ପ୍ରଥମ ପୂଜା ଦିନ ରାତ୍ର ୧୦ଘଟିକା ମଧ୍ୟରେ ପୂଜାନୀତି ସମ୍ପନ୍ନ କରିବା ଅସମ୍ଭବ ବୋଲି କହିଛନ୍ତି ବିଭିନ୍ନ ପୂଜା କମିଟି ।

ଆଜି ସହରର ୫୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପର କର୍ମକର୍ତ୍ତା ଓ ବ୍ରାହ୍ମଣ ସମୁଦାୟ ଉପଜିଲ୍ଲାପାଳଙ୍କୁ ଭେଟି ପୂଜାର ପ୍ରଥମ ଓ ଶେଷ ଦିନ ଏହି ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିବାକୁ ନିବେଦନ କରିଛନ୍ତି । ଯଦି ଏହି ନିୟମ କୋହଳ କରା ନଯାଏ ତେବେ ବାଧ୍ୟହୋଇ ପୂଜକମାନେ କୌଣସି ମେଢ଼ କିମ୍ବା ପୂଜା କମିଟିରେ ପୂଜା କରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.