ETV Bharat / state

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପାଳିଲା ପ୍ରତିଷ୍ଠା ଦିବସ - congress Foundation Day

ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପଢନ୍ତୁ ଅଧିକ......

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପାଳିଲା ପ୍ରତିଷ୍ଠା ଦିବସ

author img

By

Published : Dec 28, 2020, 10:36 PM IST

କେନ୍ଦ୍ରାପଡା: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦଳର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶର ନଗ୍ନ ଚିତ୍ର ସହିତ 5ଟି ମୁଖ୍ୟ ସମସ୍ୟା ଉଠାଇଥିଲେ କଂଗ୍ରେସର ତୁଙ୍ଗ ନେତା।

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପାଳିଲା ପ୍ରତିଷ୍ଠା ଦିବସ

ଜିଲ୍ଲାରେ ମେଡିକାଲ କଲେଜ, ପିଇବାପାଣିର ସମସ୍ୟା, ଉଠା ଜଳସେଚନ ବ୍ୟବସ୍ଥା, ଖରସ୍ରୋତା ନଦୀର ପାଣି ବାହାର ଜିଲ୍ଲାକୁ ନଦେବା ନେଇ ଆନ୍ଦୋଳନ ଜାରି ରହିବ ଓ ଜୋରଦାର ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ।

ଏହି ଅବସରରେ ଗତ ନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ରତିକାନ୍ତ କାନୁନଗୋ ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହିତ ବହୁ ପ୍ରମୁଖ କର୍ମକର୍ତ୍ତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.