ETV Bharat / state

OSSC ପିଏସଙ୍କ ଗିରଫ ପରେ ଫିଟୁଛି ନିଯୁକ୍ତି ଗୁମର, ଛାତ୍ର କଂଗ୍ରେସର CBI ତଦନ୍ତ ଦାବି - କେନ୍ଦ୍ରାପଡା ଛାତ୍ର କଂଗ୍ରେସ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)ର ପିଏସ ବିରଞ୍ଚି ଗିରଫ ହେବା ପରେ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀର ଗନ୍ଧ । ସିବିଆଇ ତଦନ୍ତ ପାଇଁ କେନ୍ଦ୍ରାପଡା ଛାତ୍ର କଂଗ୍ରେସର ଦାବି । ଅଧିକ ପଢନ୍ତୁ...

OSSC ପିଏସଙ୍କ ଗିରଫ ପରେ ଫିଟୁଛି ନିଯୁକ୍ତି ଗୁମର, ଛାତ୍ର କଂଗ୍ରେସର ସିବିଆଇ ତଦନ୍ତ ଦାବି

author img

By

Published : Aug 4, 2021, 8:42 AM IST

କେନ୍ଦ୍ରାପଡା: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)ର ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଓ ଗିରଫ ପରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଗତକାଲି(ମଙ୍ଗଳବାର) ଅପରାହ୍ନରେ ରାଜ୍ୟ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲା ଛାତ୍ର କଂଗ୍ରେସ ନେତାମାନଙ୍କ ସହ ଷ୍ଟାଫ୍ ସିଲେକ୍ସନ୍ ଅଫିସ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ।

OSSC ପିଏସଙ୍କ ଗିରଫ ପରେ ଫିଟୁଛି ନିଯୁକ୍ତି ଗୁମର, ଛାତ୍ର କଂଗ୍ରେସର ସିବିଆଇ ତଦନ୍ତ ଦାବି

ଛାତ୍ର କଂଗ୍ରେସ ନେତାମାନେ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ନାରାବାଜି ଦେଇଥିଲେ । ଛାତ୍ର ନେତାମାନେ ନାରାବାଜି ଦେଇ ଜିଲ୍ଲା କାର୍ଯ୍ୟାଳୟରେ ଧସେଇ ପଶିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ କାର୍ଯ୍ୟାଳୟର ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ହେଲେ ବାସ୍ତବରେ ଯେଉଁ ଅଧିକାରୀମାନେ ଦୁର୍ନୀତିରେ ବୁଡି ରହି ଚାକିରି କରାଇଦେବା ନାଁରେ ଦୁର୍ନୀତି କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏନେଇ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା କରାଯାଇ ପାରୁନି, ସିବିଆଇ ତଦନ୍ତ କରାଯାଉ ନଚେତ୍ ଅବସରପ୍ରାପ୍ତ ଜଜଙ୍କ ଦ୍ବାରା ଏକ କମିଟି ଗଠନ କରାଯାଇ ତଦନ୍ତ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ନେତା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛି ଛାତ୍ର କଂଗ୍ରେସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.