ETV Bharat / state

ପରୀ ପାଇଁ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ - ପରୀ ହତ୍ୟାକାଣ୍ଡ ଘଟଣାର ପ୍ରତିବାଦ

ନୟାଗଡ଼ର ନିରୀହ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିର ପ୍ରତିବାଦ କରିଛି କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କମିଟି । ପଢନ୍ତୁ ଅଧିକ.....

ପରୀ ପାଇଁ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ
ପରୀ ପାଇଁ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ
author img

By

Published : Dec 21, 2020, 6:58 PM IST

କେନ୍ଦ୍ରାପଡା : ନୟାଗଡ଼ର ନିରୀହ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିର ପ୍ରତିବାଦ କରିଛି କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କମିଟି l ଜିଲା କଂଗ୍ରେସ ସଭାପତି ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମୀ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ।

ପରୀ ପାଇଁ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ

ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟସରକାରଙ୍କ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଆଲୋଚନା ଜୋର୍ ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରେ ରଖିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତୃବୃନ୍ଦ l ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ନିଷ୍କ୍ରିୟତା ଏବଂ ତଦନ୍ତର ଶିଥିଳତା ସାଧାରଣ ଜନତାଙ୍କୁ ନିରାଶ କରିଛି । ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସ ଦାବି କରିଛି l

ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ଵର ବେହେରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମl, ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେଉରା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.