ETV Bharat / state

ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ଦାବି - computer teacher association

ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ପାଇଁ ଦାବି କଲା କେନ୍ଦ୍ରାପଡା ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଙ୍ଘ । ଅଧିକ ପଢନ୍ତୁ...

ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ଦାବି

author img

By

Published : Feb 25, 2021, 7:45 PM IST

କେନ୍ଦ୍ରାପଡା: ବେଆଇନ ଛଟେଇ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାବି ଜଣାଇଲା ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଙ୍ଘ । ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର 203ଟି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା 203 ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ସରକାର ଗତ ଦୁଇ ବର୍ଷ ହେଲା ଛଟେଇ କରିଛନ୍ତି । ଏଣୁ ଦୀର୍ଘ 5 ବର୍ଷ ହେବ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ଏହି ଶିକ୍ଷକମାନଙ୍କ ଜୀବିକା ଏବେ ବିପନ୍ନ ହୋଇଛି ବୋଲି କୁହାଯାଇଛି ।

ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ଦାବି

ଏଥିସହ ସରକାରଙ୍କ e- ବିଦ୍ୟାଳୟ ବ୍ୟବସ୍ଥା ଏକ ସ୍ବପ୍ନର ପ୍ରକଳ୍ପ ହୋଇଥିବାବେଳେ ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟର 4 ହଜାରରୁ ଊର୍ଦ୍ଧ୍ବ କମ୍ପ୍ୟୁଟର ଶିକ୍ଷକ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର ସରକାରଙ୍କ ଛଟେଇ ଏମାନଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିଦେଇଥିବାବେଳେ ଏହି ଶିକ୍ଷକମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ଦାବି କରିଛି ସଙ୍ଘ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.