ETV Bharat / state

କେନ୍ଦ୍ରାପଡା ରାଜନୀତିରେ ହଟଚମଟ: BJDରୁ ରାଜେଶ ପଣ୍ଡା ନିଲମ୍ବିତ

author img

By

Published : Feb 4, 2022, 10:11 PM IST

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ BJD ରୁ ନିଲମ୍ବିତ ହେଲେ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା । ରାଜେଶଙ୍କ ନିଲମ୍ବନ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଉତ୍କଳ କେଶରୀ ପରିଡା ଏକ ପ୍ରେସ ବିବୃତିରେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା ରାଜନୀତିରେ ହଟଚମଟ: BJD ରୁ ରାଜେଶ ପଣ୍ଡାଙ୍କୁ ନିଲମ୍ବନ

କେନ୍ଦ୍ରାପଡା: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ BJD ରୁ ନିଲମ୍ବିତ ହେଲେ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା । ରାଜେଶଙ୍କ ନିଲମ୍ବନ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଉତ୍କଳ କେଶରୀ ପରିଡା ଏକ ପ୍ରେସ ବିବୃତିରେ ସ୍ପଷ୍ଟ କରିଛନ୍ତି ।

ତେବେ ରାଜେଶ ଦୀର୍ଘଦିନ ଧରି ଦଳ ସହିତ କାମ କରି ଆସୁଥିବାବେଳେ ମହାକାଳପଡ଼ା ବିଧାୟକଙ୍କ ଏକଦା ଅନୁଗତ ଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ରାଜେଶ ଦଳର ବିଭିନ୍ନ ସମୟରେ ଦାୟିତ୍ୱ ତୁଲାଉଥିଲେ । ବିଜୁ ଯୁବ ଜନତା ଦଳର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ରହି ଆସିଥିବା ରାଜେଶଙ୍କ ଏଭଳି ନିଲମ୍ବନ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହତ୍ୟା ଧମକ !

ଅନ୍ୟପଟେ ରାଜେଶଙ୍କୁ ପଚାରାଯିବାରୁ ସେ ଦଳରେ ଥିଲେ, ଅଛନ୍ତି ଓ ଆଗକୁ ମଧ୍ୟ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି କହିବା ସହ ନିଲମ୍ବନ ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.