ETV Bharat / state

କନ୍ଦାଉଛି ଜଳକଷ୍ଟ, 220 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏ ନଳକୂପ

କେନ୍ଦ୍ରାପଡା ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ଅଧୀନରେ ଥିବା ବଜାର ଗାଁକୁ କନ୍ଦାଉଛି ଜଳକଷ୍ଟ । ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି । ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 31, 2019, 1:58 PM IST

କେନ୍ଦ୍ରାପଡା: ପ୍ରବଳ ରୌଦ୍ରତାପରେ ଆଉଟୁ ପାଉଟୁ ହେଉଛି ଉପକୂଳ ଜିଲ୍ଲା କେନ୍ଦ୍ରାପଡା । ଆଉ ଜିଲ୍ଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ତାତିକୁ ପାଣି ପାଇଁ ଆଉଟୁ ପାଉଟୁ 220 ପରିବାର । କେନ୍ଦ୍ରାପଡା ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ଅଧୀନରେ ଥିବା ବଜାର ଗାଁକୁ କନ୍ଦାଉଛି ଜଳକଷ୍ଟ । ଗାଁରେ ଥିବା ସରକାରୀ ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ସେହିପରି ଷ୍ଟାଣ୍ଡ ପୋଷ୍ଟ ବି ହୋଇଛି ଅଚଳ । ଆଉ ପିଇବା ପାଣି ପାଇଁ ଏକମାତ୍ର ସାହାରା ପାଲଟିଛି ପାଖ ଗାଁ ସଦାନନ୍ଦପୁରର ନଳକୂପ । ଏହା ଉପରେ 1260 ଗ୍ରାମବାସୀ ନିର୍ଭରଶୀଳ ଥିବାବେଳେ ବାଲ୍ଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ ।

ପରିସ୍ଥିତିରେ ପଡି ଭଡାରେ ପାଣି ଆଣି ବାହାଘର, ବ୍ରତଘର, ଅଷ୍ଟପ୍ରହରୀ, ଜନ୍ମଦିନ ଭୋଜି କାମ ଚଳାଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେବି ନିଦାବିଷ୍ଣୁ ପାଲଟିଛନ୍ତି ସରପଞ୍ଚ ଓ ଜିଲ୍ଲା ପ୍ରଶାସନ । ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦ୍ରାପଡା ବଜାର ଗାଁର ଜଳକଷ୍ଟ ଦୂର ହେବା ନେଇ ଦାବି କରିଛନ୍ତି ଗ୍ରାମବାସୀ । ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ମହିଳା ।

ଏହି ସମ୍ପର୍କରେ ଅବଗତ କରାଯିବା ପରେ କେନ୍ଦ୍ରାପଡା ଜିଲ୍ଲାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ଯେ ସେ ଉକ୍ତ ଗ୍ରାମର ପାଣି ନମୂନା ସଂଗ୍ରହ କରି ସ୍ଥାନୀୟ ପରୀକ୍ଷାଗାରରେ ପରୀକ୍ଷା କରିବେ । ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଉ ପାଇପ ଯୋଗେ ପାନୀୟ ଜଳ ଉକ୍ତ ଗ୍ରାମକୁ ପହଂଚୁନଥିବା ଘଟଣାକୁ ତାଙ୍କ ବିଭାଗୀୟ ଜେ.ଈଙ୍କୁ ପଠାଇ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.