ETV Bharat / state

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ, ପୁଣି ଗୁରୁ-ଶିଷ୍ୟ ସଂପର୍କରେ ଲାଗିଲା ଦାଗ

ପୁଣି ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ । ଶିକ୍ଷକ ଯେଉଁ ଶିଷ୍ୟଙ୍କୁ ଜ୍ଞାନର ମାର୍ଗରେ ମାର୍ଜିତ କରିବା କଥା ସେହି ଶିଷ୍ୟଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

author img

By

Published : Sep 14, 2019, 6:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ପୁଣି ଏକ ତାଜା ଚିତ୍ର ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଖେଳ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ପୁଣି ଆଉ ଏକ ଲଜ୍ୟାକର ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଘଟଣା ଘଟିଛି ମହାକାଳପଡା ଥାନାର ନିଳକଣ୍ଠେଶ୍ବର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆଉ ଅଭିଯୋଗ ଆସିଛି ଖୋଦ ସ୍କୁଲର ମୁଖିଆ ତଥା ପ୍ରଧାନ ଶିକ୍ଷକ ସରୋଜ କାନ୍ତ ବାରିକଙ୍କ ବିରୋଧରେ । ଯାହା ସଭ୍ୟ ସମାଜରେ ଆଲୋଡନ ସୃଷ୍ଟି କରିଛି ।

ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷକ ଗତ 11 ତାରିଖ ଠାରୁ ବିଭିନ୍ନ ଆଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କର ଶରୀରର ସମ୍ବେଦନଶୀଳ ଅଙ୍ଗ ଛୁଇଁବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣାରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହି ଘଟଣାର ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି । ହେଲେ ବ୍ଲକ ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଉକ୍ତ ବିଦ୍ୟାଳୟ ଓ ଅଭିଯୁକ୍ତ ଶିକ୍ଷକଙ୍କ ନାମ ଭୁଲ ଉଚ୍ଚାରଣ କରିବାରୁ ଘଟଣା ସ୍ଥଳରେ ଆହୁରି ଉତ୍ତେଜନା ବଢିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:14.09.2019
Radhakanta Mohanty, Kendrapada
Slug-od_kpr_01_teacher assault_script_7204459
Anchor-ପୁଣି ଲାଗିଲା ଗୁରୁଙ୍କ ନାମରେ କଳଙ୍କ।ଗତମାସରେ ଡେରାବିଶ୍ ଅଞ୍ଚଳର ଏକ ବିଦ୍ୟାଳୟର ଖେଳଶିକ୍ଷକ ସପ୍ତମ ଶ୍ରେଣୀର ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଥିଲା।ଉକ୍ତ ଖେଳଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରାଯାଇପାରିନଥିବା ବେଳେ ମହାକାଳପଡ଼ା ଥାନା ଅଞ୍ଚଳର ଗୋଟିଏ ପ୍ରାଥମିକ ବିଦ୍ୟାଳୟରୁ ପୁଣି ଏକ ସାଙ୍ଘାତିକ ଅଭିଯୋଗ ଆସିଛି।ଏହି ଥାନା ଅନ୍ତର୍ଗତ ନିଳକଣ୍ଠେଶ୍ୱର ଆଦର୍ଶ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜକାନ୍ତ ବାରିକ ଉକ୍ତ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଗତ ୧୧ ତାରିଖ ଠାରୁ ବିଭିନ୍ନ ଆଳରେ ଶରୀରକୁ ଛୁଇଁବା, ଧମକାଇବା ଭଳି ଅଭିଯୋଗ ବିଦ୍ୟାଳୟର ପରିଚାଳନା କମିଟି ଆଗରେ ପରିବାର ପକ୍ଷରୁ ଅଭିଯୋଗ ହେବା ଓ ପରେ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେବାରୁ ଆଜି ମଧ୍ୟାହ୍ନରେ ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରଧାନଶିକ୍ଷକ ସରୋଜକାନ୍ତଙ୍କୁ ନିଲମ୍ବନ କରିଛନ୍ତି।ତେବେ ଗଣମାଧ୍ୟମ ଆଗରେ ବ୍ଲକ ଶିକ୍ଷାଧିକାରୀ ନିଜର ମନ୍ତବ୍ୟ ଦେବା ସମୟରେ ସମ୍ପୃକ୍ତ ଶିକ୍ଷକଙ୍କ ନାମ ଓ ବିଦ୍ୟାଳୟ ନାମକୁ ଭୁଲ ଉଚ୍ଚାରଣ କରିବା ବ୍ଲକରେ ଶିକ୍ଷା ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଉତ୍ତେଜନାକୁ ଦ୍ୱିଗୁଣିତ କରିଥିଲା।
Byt1-କୁଳମଣି ଜେନା(ଛାତ୍ରୀଙ୍କ ସମ୍ପର୍କୀୟ)
Byt2-ସରୋଜକାନ୍ତ ବାରିକ(ଅଭିଯୁକ୍ତ ପ୍ରଧାନଶିକ୍ଷକ)
Byt3-ଅଜୟ ପରିଡା(ବ୍ଲକ ଶିକ୍ଷାଧିକାରୀ,ମହାକାଳପଡ଼ା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.