ETV Bharat / state

ହଟିଲା ଆଇନଗତ ସମସ୍ୟା, ପୌର ନିର୍ବାଚନ ବାଟ ଫିଟିଲା

author img

By

Published : Nov 18, 2021, 9:02 PM IST

କେନ୍ଦ୍ରାପଡା ପୌର ନିର୍ବାଚନ ନେଇ ଥିବା ଆଶଙ୍କା ଦୂର ହୋଇଛି। ଧାର୍ଯ୍ୟ ସମୟରେ ନିର୍ବାଚନ ହେବା ନେଇ ଆଶା ଉଜ୍ବଳ ହେବାରେ ଲାଗିଛି । ଏନେଇ ଥିବା ଆଇନଗତ ବାଧା ହଟିବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା। ଅଧିକ ପଢନ୍ତୁ

କେନ୍ଦ୍ରାପଡା ପୌର ନିର୍ବାଚନ
କେନ୍ଦ୍ରାପଡା ପୌର ନିର୍ବାଚନ

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌର ନିର୍ବାଚନ ନେଇ ଥିବା ଆଶଙ୍କା ଦୂର ହୋଇଛି । ଧାର୍ଯ୍ୟ ସମୟରେ ନିର୍ବାଚନ ହେବାର ଆଶା ଉଜ୍ଜ୍ବଳ ହେବାରେ ଲାଗିଛି । ଏନେଇ ଥିବା ଆଇନଗତ ବାଧା ହଟିବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କ କଷା । ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନ ପ୍ରତ୍ୟାହାର ହେବା ପରେ ଗତ ୧୬ ତାରିଖ ଦିନ ରାଜ୍ୟ ସରକାର କେନ୍ଦ୍ରାପଡା ମ୍ୟୁନସିପାଲିଟିରେ ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଦୂର ହେଲା ଆଇନଗତ ସମସ୍ୟା; କେନ୍ଦ୍ରାପଡା ପୌର ନିର୍ବାଚନ ନେଇ ଫିଟିଲା ବାଟ

କେନ୍ଦ୍ରାପଡା ହେଉଛି ଓଡିଶାର ସର୍ବପୁରାତନ ପୌରସଂସ୍ଥା । ୨୦୧୬ ମସିହାରେ ତତ୍କାଳୀନ ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିବା ମାମଲା ପ୍ରତ୍ୟାହାରକୁ ଓଡିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ବନ୍ଦ ଦୂର ହୋଇଛି । ୬୪ ପ୍ରତିଶତ ସଂରକ୍ଷଣ ନୀତିକୁ ବିରୋଧ କରି ୨୦୧୬ ମସିହାରେ ପୂର୍ବତନ କାଉନସିଲର ମୁକ୍ତାର ଖାଁ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଏବେ ୫୦ ପ୍ରତିଶତ ସଂରକ୍ଷଣ ନୀତି ବଳବତ୍ତର ରହିବା ନେଇ ରାଜ୍ୟ କ୍ୟାବିନେଟ ଆଇନରେ ସଂଶୋଧନକୁ ଅନୁମୋଦନ କରିବା ପରେ ମାମଲା ପ୍ରତ୍ୟାହାର ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ମାମଲା ପ୍ରତ୍ୟାହାର ପାଇଁ କୋର୍ଟ ଅନୁମତି ଦେବା ପରେ ଏନେଇ ଥିବା ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି । ଫଳରେ ରାଜ୍ୟ ସରକାର ଏକା ସାଙ୍ଗରେ ସମସ୍ତ ପୌର ନିର୍ବାଚନ କରିବା ପାଇଁ ପଥ ପରିଷ୍କାର ହୋଇଛି। ତେବେ ହାଇକୋର୍ଟରେ ଆବେଦନାକାରୀ କରିଥିବା ମାମଲା କୁ ନେଇ ରାଜ୍ୟ ସରକାର ନିଜ ପକ୍ଷ ରଖିବା ପାଇଁ କୌଣସି ଓକିଲ ନେଦେବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ଆବେଦନକାରୀ ମୁକ୍ତାର ।

ଅନ୍ୟପଟେ ଗତମାସ ଅକ୍ଟୋବର ୨୫ ତାରିଖରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ୧୦୫ ଟି ସହରାଞ୍ଚଳରେ ୱାର୍ଡ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲା । କିନ୍ତୁ ଆଇନଗତ ବିବାଦ ଥିବାରୁ ଏହି ତାଲିକାରୁ କେନ୍ଦ୍ରାପଡା ପୌରସଂସ୍ଥା ବାଦ ପଡିଥିଲା । ଏବେ ମାମଲା ପ୍ରତ୍ୟାହାର ହେବା ପରେ କେନ୍ଦ୍ରାପଡା ମ୍ୟୁନସିପାଲିଟି ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଫଳରେ ଏବେ ନିର୍ବାଚନା ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ତେବେ ବର୍ଷାଧିକ କାଳ ଧରି ପୌରାଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ତୁରନ୍ତ ନିର୍ବାଚନ କରାଇବାକୁ ବିଭିନ୍ନ ରାଜେନୈତିକ ଦଳର ନେତୃବୃନ୍ଦ ଦୃଢ ଦାବି କରିଛନ୍ତି। ନିର୍ବାଚିତ ପ୍ରତିନିଧି ନଥିବାରୁ କେନ୍ଦ୍ରାପଡା ମ୍ୟୁନସିପାଲିଟିରେ ଅଫିସର ରାଜ ଚାଲିଥିବା ଓ କୌଣସି କାର୍ଯ୍ୟ ସଠିକ ଢଙ୍ଗରେ ନହୋଇ ଦୁର୍ନୀତିରେ ଭରପୁର ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ନଗର ସଭାପତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.