ETV Bharat / state

ପରୀ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି ସହ ଅରୁଣଙ୍କ କୁଶ ପୁତ୍ତଳିକା ଦାହ - pari death issue

ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡିତ ଥିବା ଅଭିଯୋଗ କରି କେନ୍ଦ୍ରାପଡା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଅଧିକ ପଢନ୍ତୁ...

ପରୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିବା ସହ ଅରୁଣଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Nov 27, 2020, 9:46 PM IST

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡିତ ଥିବା ଅଭିଯୋଗ କରି କେନ୍ଦ୍ରାପଡା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକଙ୍କୁ ମନ୍ତ୍ରୀ ସାହୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ଦେଉଥିବା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।

ପରୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିବା ସହ ଅରୁଣଙ୍କ କୁଶ ପୁତ୍ତଳିକା ଦାହ

ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକଙ୍କୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । ଏହି ଅବସରରେ ମୋର୍ଚ୍ଚାର କର୍ମୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶିନୀ ନନ୍ଦ ଓ ମହିଳା କାର୍ଯ୍ୟକର୍ତ୍ତା ସମେତ ବହୁ ମହିଳା ମୋର୍ଚ୍ଚାର କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.