କେନ୍ଦ୍ରାପଡା : ବାପାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ତିନିଝିଅ ଓ ପତ୍ନୀଙ୍କୁ ଶୁଦ୍ଧିକ୍ରିୟା ନିମିତ୍ତ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖ ଦିନ ‘ଇଟିଭି ଭାରତ’ ରେ ଏହି ଅସହାୟ ପରିବାର ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଗତକାଲି ଜିଲ୍ଲାପାଳ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଆଜି ଅପରାହ୍ନରେ ମହାକାଳପଡ଼ା ତହସିଲଦାର ତେରଗାଁ ଗ୍ରାମରେ ପହଞ୍ଚି ଅସହାୟ ପୂଜାରାଣୀଙ୍କ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇ ପ୍ରଶାସନର ପ୍ରତିଶ୍ରୁତି ପାଳନ କରିଥିଲେ । ତେବେ ଏହି ମେଧାବୀ ତିନି ଭଉଣୀଙ୍କ ଉଚ୍ଚଶିକ୍ଷା ପାଇଁ ଯାହା ଆବଶ୍ୟକ ତାହା ଭବିଷ୍ୟତରେ ପୂରଣ କରାଯିବ ବୋଲି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ