କେନ୍ଦ୍ରାପଡ଼ା : ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ମହାରାଷ୍ଟ୍ର, ପଞ୍ଜାବ, କେରଳ ଆଦି ପ୍ରଭାବିତ ରାଜ୍ୟରୁ କେନ୍ଦ୍ରାପଡ଼ା ଆସିଲେ ୭ଦିନିଆ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ସେହିପରି ସଂକ୍ରମଣ ଜନିତ ସଟଡାଉନ, ଲକଡାଉନ ଓ ନାଇଟକର୍ଫ୍ୟୁ ସମ୍ବନ୍ଧୀୟ ବିଭିନ୍ନ ଗୁଜବ ସମ୍ପର୍କରେ ବିଶ୍ୱାସ ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଅନୁରୂପ ଭାବେ ଦୋଳଯାତ୍ରା ଓ ହୋଲି ପର୍ବ ସମ୍ପର୍କରେ ଗାଇଡ଼ଲାଇନ ଜାରି କରିଛନ୍ତି ଜିଲ୍ଲାପାଳ । ଦୋଳଯାତ୍ରା ଓ ହୋଲିକୁ ସର୍ବସାଧାରଣରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଏକଶହରୁ କମ ଲୋକଙ୍କୁ ନେଇ ମେଳଣ ପରମ୍ପରା ରକ୍ଷା କରାଯିବା ପାଇଁ ବିଭିନ୍ନ ବିମାନ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ତେବେ ଓଡିଶା ପ୍ରସିଦ୍ଧ ଓଳକଣା ମେଲଣରେ ଶତାଧିକ ବିମାନ ଆସୁଥିବାରୁ ଏନେଇ ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ