କେନ୍ଦ୍ରାପଡା: କିଛି ଦିନ ହେବ ଗଣମାଧ୍ୟମର ଶିରୋନାମା ପାଲଟିଛି ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ । ସୋସିଆଲ ମିଡିଆରେ ଏଭଳି ଖବର ପରିବେଷଣ ଉପରେ ରୋକ ଲଗାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି କାମାକ୍ଷୀ ଅଟୋ ସଂଘ । ସାମାଜିକ ଗଣାମାଧ୍ୟମରେ ସମ୍ବାଦ ପରିବେଷଣ ହେବା ପରେ ଏହା ସାରା ଓଡିଶାରେ ପ୍ରଚାରେ ହେବାରେ ଲାଗିଛି । ପ୍ରତିଦିନ ଉଭୟଙ୍କ ନାମରେ ନୂଆ ନୂଆ ଅଭିଯୋଗ ଆସୁଛି ଯାହାର କୁପ୍ରଭାବ ବ୍ୟବସାୟ ଉପରେ ପଡୁଛି । ଫଳରେ ଆମମାନଙ୍କ ଆତ୍ମ ସମ୍ମାନ ନଷ୍ଟ ହେଉଛି ବୋଲି କହିଛନ୍ତି କାମାକ୍ଷୀ ଅଟୋ ସଂଘ ସଭାପତି ମନୀନ୍ଦ୍ର କୁମାର ରାଉତ ।
ସମାଜ ଉପରେ କୁପ୍ରଭାଵ ପକାଇବା ଅଭିଯୋଗ ସହ ଟୁଙ୍ଗୁରୁ ଅଟୋ ଚାଳକ ହୋଇ ଏଭଳି ଘୃଣ୍ୟ କାମ କରିଥିବାରୁ କୌଣସି ଅଟୋ ଚାଳକଙ୍କୁ କେହି ବିଶ୍ବାସକୁ ନେଉ ନଥିବା ବେଳେ ସେମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଗାଁ ଗଣ୍ଡାକୁ ଭଡାନେଇ ଗଲେ ଲୋକେ ସେମାନଙ୍କୁ ଟାହିଟାପରା କରୁଥିବା ଅଭିଯୋଗ ମଧ୍ୟ ହୋଇଛି।
ଏଭଳି ସ୍ଥଳେ ଟୁଙ୍ଗୁରୁ ଓ ବର୍ଷାଙ୍କୁ ପୋଲିସ ହେପାଜତକୁ ନେବା ସହ ସୋସିଆଲ ମିଡିଆରେ ଏଭଳି ଖବର ପରିବେଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ନିବେଦନ କରିଛନ୍ତି ଅଟୋ ଚାଳକ ସଂଘ। ବିଷୟକୁ ଗୁରୁତ୍ବର ସେ ବିଚାରକୁ ନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଯଥା ପ୍ରଚାର ହେଉଥିବା ସମ୍ବାଦକୁ ବନ୍ଦ କରିବାକୁ ନିବେଦନ କରିଛି ସଂଘ ।
ଇଟିଭି ଭାରତ, କେନ୍ଦ୍ରାପଡା