ETV Bharat / state

Justice After 18 Years: ମରଣାନ୍ତକ ଆକ୍ରମଣ ମାମଲା, ଦୋଷୀକୁ ୧୦ ହଜାର ଜୋରିମାନା ୫ ବର୍ଷ ଜେଲ

ଦୀର୍ଘ ୧୮ ବର୍ଷରେ ମିଳିଲା ନ୍ୟାୟ । ମରଣାନ୍ତକ ଆକ୍ରମଣ କରି ଦୀର୍ଘଦିନ ଧରି ଆଇନର ଗଳାବାଟ ଦେଇ ଖସିବାକୁ ଚାହୁଁଥିବା ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୬ ମାସରୁ ଅଧିକ ସଜ୍ଜା ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ । ଅଧିକ ପଢନ୍ତୁ

Justice After 18 Years: ମରଣାନ୍ତକ ଆକ୍ରମଣ ଅଭିଯୁକ୍ତକୁ ୧୦ ହଜାର ଜୋରିମାନା ୫ ବର୍ଷ ଜେଲ

author img

By

Published : Jan 17, 2022, 10:42 PM IST

କେନ୍ଦ୍ରାପଡା: ଦୀର୍ଘ ୧୮ ବର୍ଷରେ ମିଳିଲା ନ୍ୟାୟ । ମରଣାନ୍ତକ ଆକ୍ରମଣ କରି ଦୀର୍ଘଦିନ ଧରି ଆଇନର ଗଳାବାଟ ଦେଇ ଖସିବାକୁ ଚାହୁଁଥିବା ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୬ ମାସରୁ ଅଧିକ ସଜ୍ଜା ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ।

Justice After 18 Years: ମରଣାନ୍ତକ ଆକ୍ରମଣ ଅଭିଯୁକ୍ତକୁ ୧୦ ହଜାର ଜୋରିମାନା ୫ ବର୍ଷ ଜେଲ

ଅଭିଯୋଗ ମୁତାବକ ୭ ଡିସେମ୍ବର ୨୦୦୪ ମସିହାରେ ନିକିରାଇ ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାରେ ଦଳିତ ଚାଷୀ ରାଜକିଶୋର ମଲିକ ଏକ ଟ୍ରଲି ଯୋଗେ ଧାନ ନେଇ ଫେରୁଥିବା ବେଳେ ଅଭିଯୁକ୍ତ ରାଧାରମଣ ସିଂହ ଦଳିତ ରାଜକିଶୋରଙ୍କୁ ଏକ ଭୁଜାଲି ସାହାଯ୍ୟରେ ତାଙ୍କ ଗୋଡ, ହାତ ଓ ଶରୀରକୁ ଆଘାତ ଦେଇଥିଲା । ଏହି ଆକ୍ରମଣ ଫଳରେ ରାଜକିଶୋରଙ୍କ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅଭିଯୁକ୍ତ ରାଧାରମଣର ନିଜ ଭାଇମାନଙ୍କ ସହ ଶତ୍ରୁତା ରହିଥିବା ବେଳେ ରାଜକିଶୋର ସେମାନଙ୍କ ଜମି ଭାଗଚାଷ କରୁଥିଲେ ।

ତେବେ ବିଭିନ୍ନ ସମୟରେ ରାଧାରମଣ ନିଜ ଭାଇମାନଙ୍କ ଜମିକୁ ଚାଷ ନକରିବା ପାଇଁ ରାଜକିଶୋରଙ୍କୁ ଧମକ ଦେଇ ଆସୁଥିବା ବେଳେ ଏହାକୁ କର୍ଣ୍ଣପାତ କରିନଥିଲେ, ଯେଉଁଥିରେ ଉତକ୍ଷିପ୍ତ ହୋଇ ରାଧାରମଣ, ରାଜକିଶୋରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ମୁସଲମାନ ବସ୍ତି ନିକଟରେ ପୂର୍ବ ଯୋଜନା ମୁତାବକ ଲୁଚିରହି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ରାଜକିଶୋରଙ୍କ ସମ୍ପର୍କୀୟ ।

ତେବେ ଘଟଣାକୁ ଦୀର୍ଘଦିନ ବିତି ଯାଇଥିବା ବେଳେ ଅଭିଯୁକ୍ତ ଫେରାର ରହି ଉଚ୍ଚ ନ୍ୟାୟାଳୟରୁ ଉକ୍ତ ମାମଲା ଉପରେ ରହିତାଦେଶ ଜାରି କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଗତ ୨୦୨୦ ମସିହାରେ ଏହି ମାମଲା ପୁନଃ ଚାଲୁ କରାଯାଇ ଅଭିଯୁକ୍ତ ରାଧାରମଣକୁ ଆଜି(ସୋମବାର) ଦଫା ୩୨୬ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଦଫା ୩୦୭ରେ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଜୋରିମାନା ରାୟ ଶୁଣାଯାଇଛି ଓ ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା । ଏହି ମାମଲାରେ ମୋଟ ୧୩ ଜଣ ସାକ୍ଷୀ ରହିଥିବା ବେଳେ ଦୁଇଜଣ ସାକ୍ଷୀ ମୃତ୍ୟୁବରଣ କରିଥିବା କାରଣରୁ ମୋଟ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି ଏସସିଏସଟି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.