ETV Bharat / state

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି, ଜଣେ ଅଧ୍ୟାପିକାଙ୍କୁ ଏକାଧିକ ଥର ନିଯୁକ୍ତି

author img

By

Published : Nov 29, 2019, 11:57 PM IST

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ନିଯୁକ୍ତି ଜାଲିଆତି । ଜଣେ ଅଧ୍ୟାପିକାଙ୍କୁ ବିଭିନ୍ନ ସମୟରେ ଏକାଧିକ ଥର ଦିଆଯାଇଛି ନିଯୁକ୍ତି । ଏନେଇ ସୂଚନା ଅଧିକାର ଆଇନ ଖୋଲିଛି ଅଧ୍ୟାପିକା ନିଯୁକ୍ତିର ଗୁମର ।

pattamundai women's college
ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି, ଜଣେ ଅଧ୍ୟାପିକାଙ୍କୁ ଏକାଧିକ ଥର ନିଯୁକ୍ତି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ନିଯୁକ୍ତି ଜାଲିଆତି । ଜଣେ ଅଧ୍ୟାପିକାଙ୍କୁ ବିଭିନ୍ନ ସମୟରେ ଏକାଧିକ ଥର ଦିଆଯାଇଛି ନିଯୁକ୍ତି । ଏନେଇ ସୂଚନା ଅଧିକାର ଆଇନ ଖୋଲିଛି ଅଧ୍ୟାପିକା ନିଯୁକ୍ତିର ଗୁମର ।

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି, ଜଣେ ଅଧ୍ୟାପିକାଙ୍କୁ ଏକାଧିକ ଥର ନିଯୁକ୍ତି

ପୂର୍ବରୁ ଅଧ୍ୟକ୍ଷା ନିଯୁକ୍ତିରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ଏବେ ଅଧ୍ୟାପିକାଙ୍କ ନିଯୁକ୍ତିକୁ ନେଇ ଉଠିଛି ପ୍ରଶ୍ନ । କିପରି ଏକାଧିକ ଥର ଜଣେ ଅଧ୍ୟାପିକା ନିଯୁକ୍ତି ପାଇଛନ୍ତି ଓ ମହାବିଦ୍ୟାଳୟ ପକ୍ଷରୁ କିପରି ଏହି ନିଯୁକ୍ତି ଦିଆଯାଇଛି ସେନେଇ ଆରଟିଆଇ ବଳରେ ମିଳିଥିବା ତଥ୍ୟ ଦର୍ଶାଉଛି ।

ଚିନ୍ମୟୀ ଜେନା ନାମକ ଜଣେ ଅଧ୍ୟାପିକାଙ୍କ ନିଯୁକ୍ତିରେ ଏଭଳି ଜାଲିଆତି କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି । କେଉଁଠି ତାଙ୍କର ନିଯୁକ୍ତି ତାରିଖ 14.08.2013 ବୋଲି ଦର୍ଶାଯାଇଥିବାବେଳେ କେଉଁଠି 02.07.2012 ବୋଲି ଦର୍ଶାଯାଇଛି । ସେହିପରି ମହାବିଦ୍ୟାଳୟରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଆଫିଲିଏସନ ପାଇଁ ପଠାଯାଇଥିବା ଚିଠିରେ ନିଯୁକ୍ତି ତାରିଖ 01.09.2013 ଲେଖାଅଛି। ତେବେ ସବୁଠୁ ବଡ କଥା ହେଉଛି ସେ 19.12.2015 ରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଓଡିଆ ବିଭାଗରେ ଏମଏଏମଫିଲ ପାସ କରିଛନ୍ତି ବୋଲି ମହାବିଦ୍ୟାଳୟରେ ବସିଥିବା ତ୍ରୟୋବିଂଶତମ ଅଧିବେଶନର ନକଲରୁ ଜଣାପଡିଛି ।

ସେପଟେ 2013 ମସିହା ଅଗଷ୍ଟ 14 ତାରିଖରେ ଅଧ୍ୟାପକ ଶ୍ରୀଧର ବେହେରା ଯୋଗ ଦେଇଥିବାବେଳେ ଚିନ୍ମୟୀ ତାଙ୍କ ପରେ ଅଧ୍ୟାପିକା ଭାବେ ଯୋଗ ଦେଇଥିବା ଶ୍ରୀଧର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଧ୍ୟାପକ ଚାକିରି ନେଇ ଇଣ୍ଟରଭ୍ୟୁ ନେଇଥିବା ପ୍ୟାନେଲର ସଦସ୍ୟା ଅନୁପମା ଦାସ ଏହି ଘଟଣାରେ ହଡବଡେଇଯାଇ କେବେ ନିଯୁକ୍ତି ହୋଇଥିବା ଠିକ୍‌ରେ କହିପାରିନାହାଁନ୍ତି ।

ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ନିଜ ଦୋଷକୁ ଘୋଡାଇବାକୁ ଯାଇ ଗଣମାଧ୍ୟମ ତାଙ୍କ ମହାବିଦ୍ୟାଳୟ କାମରେ ହସ୍ତକ୍ଷେପ ନକରୁ ବୋଲି କହିଛନ୍ତି । ସେହିପରି ଘଟଣାକୁ ଖାମଖିଆଲ ଭାବେ ମହାବିଦ୍ୟାଳୟର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନେଉଥିବା ତାଙ୍କ କଥାରୁ ସ୍ପଷ୍ଟ ହେଉଛି । ତେବେ ଏହି ପ୍ରସଙ୍ଗରେ ଦରକାର ପଡିଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଧାୟକ ଧ୍ରୁବ ସାହୁ କହିଛନ୍ତି ।

ଏହି ଘଟଣାକୁ ନେଇ ଗତବର୍ଷ ଶ୍ରୀଧର ଅନଶନରେ ବସିଥିବାବେଳେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିଥିଲା । ତେବେ କେବେ ସେହି ପ୍ରତିଶୃତି ପୂରଣ ହେଉଛି ଓ ମହାବିଦ୍ୟାଳୟର ଏଭଳି ରହସ୍ୟମୟ ନିଯୁକ୍ତି ତଥ୍ୟ ସାମ୍ନାକୁ ଆସୁଛି ତାକୁ ହିଁ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:29.11.2019
Radhakanta Mohanty, Kendrapada
Slug-od_kpr_womens college_script_7204459
Anchor-ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ନିଯୁକ୍ତି ଜାଲିଆତି।ଜଣେ ଅଧ୍ୟାପିକାଙ୍କୁ ବିଭିନ୍ନ ସମୟରେ ଏକାଧିକ ଥର ଦିଆଯାଇଛି ନିଯୁକ୍ତ।ଏନେଇ ସୂଚନା ଅଧିକାର ଆଇନ ଖୋଲିଛି ଅଧ୍ୟାପିକା ନିଯୁକ୍ତିର ଗୁମର।
Body:VO1-ଦୁର୍ନୀତିର ଗନ୍ତାଘର ପାଲଟିଛି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ।ପୁର୍ବରୁ ଅଧ୍ୟକ୍ଷା ନିଯୁକ୍ତିରେ ଚଂଚକତା କରାଯାଇଥିବା ବେଳେ ଏବେ ବିଭିନ୍ନ ବିଭାଗରେ ନିଯୁକ୍ତ ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ନିଯୁକ୍ତି ତାରିଖକୁ ନେଇ ଉଠୁଛି ପ୍ରଶ୍ନ।ଜଣେ ଅଧ୍ୟାପିକା କିପରି ଏକାଧିକ ଥର ନିଯୁକ୍ତି ପାଇଛନ୍ତି ଓ ମହାବିଦ୍ୟାଳୟ ପକ୍ଷରୁ କିପରି ଏହି ନିଯୁକ୍ତି ଦିଆଯାଇଛି ସେନେଇ ସୂଚନା ଅଧିକାର ଆଇନ ଖୋଲିଛି ଅନ୍ଧାରି କଥା।ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ,ଫାର୍ଷ୍ଟ ପୋଷ୍ଟରେ ଦୁଇଜଣ।ଜଣେ ଅଧ୍ୟାପକ ଅନ୍ୟଜଣେ ଅଧ୍ୟାପିକା।ତେବେ ଅଧ୍ୟାପିକା ଚିନ୍ମୟୀ ଜେନା 19.12.2015 ରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ବିଭାଗରେ M.A M.phil ପାସ କରିଛନ୍ତି କିନ୍ତୁ ନିଯୁକ୍ତି ତାରିଖ ହେଉଛି 02.07.2012 ଏକଥା ଆମେ କହୁନୁ,ଏକଥା କହୁଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ବସିଥିବା ତ୍ରୟୋବିଂଶତମ ଅଧିବେଶନର ନକଲ ଯାହାକି ସୂଚନା ଅଧିକାର ଆଇନ ବଳରେ ମିଳିଛି।କେବଳ ସେତିକି ନୁହେଁ ଲେଟର ଡେସ୍ପାଚ ରେଜିଷ୍ଟରରେ ଅଧ୍ୟାପିକାଙ୍କ ଇସ୍ୟୁ ତାରିଖ 267 ଅନୁଯାୟୀ ନିଯୁକ୍ତି ତାରିଖ 14.08.2013 ବୋଲି ଉଲ୍ଲେଖ ରହିଛି।ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆଫିଲିଏସନ ପାଇଁ ପଠାଯାଇଥିବା ଚିଠିରେ ନିଯୁକ୍ତି ତାରିଖ 01.09.2013 ଲେଖା ଅଛି।ସେହିପରି ଷ୍ଟାଫ ପୋଜିସନ ଏଗେନଷ୍ଟ +2 & +3 ପାଇଁ ମଗାଯାଇଥିବା ସୂଚନା ବଳରେ ନିଯୁକ୍ତି ତାରିଖ 14.08.2013 ଲେଖାଯାଇଅଛି।ଏନେଇ ଗଣମାଧ୍ୟମ ଅଧିକ ଖୋଳତାଡ଼ କରିବାରୁ ଏହି ନିଯୁକ୍ତିରେ ବ୍ୟାପକ ଚଂଚକତା କରାଯାଇଥିବା ଅଭିଯୋଗ ନେଇ ଉକ୍ତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଧର ବେହେରା ଗତବର୍ଷ ଦୁଇଦୁଇଥର ଆମରଣ ଅନଶନରେ ବସିଥିବା ସୂଚନା ମଧ୍ୟ ମିଳିଛି ଓ ଏହି ସମୟରେ ତତ୍କାଳୀନ କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ବର୍ତ୍ତମାନର ବିଧାନସଭା ସଚିବ ଦାଶରଥି ଶତପଥି ଅନଶନରତ ଅଧ୍ୟାପକଙ୍କ ସମର୍ଥନରେ ଆସିଥିବା ଛାତ୍ରୀଙ୍କୁ "ଓଡ଼ିଆ ପାଠ ଆଜିକାଲି କେହି ପଢୁନଥିବା"ମଧ୍ୟ କହିଥିଲେ।ଏନେଇ ଅଧ୍ୟାପକ ଶ୍ରୀଧରଙ୍କ କହିବାନୁଯାୟୀ 2013 ମସିହା ଅଗଷ୍ଟ 1 ତାରିଖରେ ବିଜ୍ଞାପନ ଦେଖି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ସେହିବର୍ଷ ଅଗଷ୍ଟ 13 ତାରିଖରେ ଇଣ୍ଟରଭିୟୁ ଦେଇଥିଲେ ଓ ଅଗଷ୍ଟ 14 ତାରିଖରେ ଓଡ଼ିଆ ଅଧ୍ୟାପକର ଫାର୍ଷ୍ଟ ପୋଷ୍ଟରେ ଯୋଗଦେଇ ଥିଲେ ଏବଂ ତାଙ୍କ ଇଣ୍ଟରଭିୟୁ ପ୍ୟାନେଲରେ ଡେପୁଟି କଲେକ୍ଟର ଶିବାନୀ ମହାନ୍ତି,ଅଧ୍ୟାପିକା ଅନୁପମା ଦାସ,ତତ୍କାଳୀନ ଅଧ୍ୟକ୍ଷ ବିପିନ ବିହାରୀ ବାରିକ ତାଙ୍କର ଇଣ୍ଟରଭିୟୁ ନେଇଥିଲେ।କିନ୍ତୁ ଏହି ଇଣ୍ଟରଭିୟୁ ପ୍ୟାନେଲରେ ଥିବା ଅନୁପମା ଦାସ,କିଏ ଇଣ୍ଟରଭିୟୁକୁ ପ୍ରଥମେ ଆସିଥିଲେ ବୋଲି ଗଣମାଧ୍ୟମର ପ୍ରଶ୍ନରେ ହଡବଡେଇ ଯାଇ କୌଣସି ସଠିକ ଉତ୍ତର ଦେଇପାରୁନଥିବା ଏହି ନିଯୁକ୍ତିର ଚଂଚକତାକୁ ପଦାରେ ପକାଇଛି।
Byt-ଶ୍ରୀଧର ବେହେରା(ଓଡ଼ିଆ ଅଧ୍ୟାପକ,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
Byt-ଅନୁପମା ଦାସ(ବରିଷ୍ଠ ଅଧ୍ୟାପିକା ତଥା ଇଣ୍ଟରଭିୟୁ ପ୍ୟାନେଲରେ ଥିବା କର୍ମଚାରୀ)
VO2-ମହାବିଦ୍ୟାଳୟର ଏହି ନିଯୁକ୍ତି ଚଂଚକତାକୁ ନେଇ ଗଣମାଧ୍ୟମ ବର୍ତ୍ତମାନର ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କୁ ପଚାରିବାରୁ ନିଜ ଦୋଷକୁ ଘୋଡାଇବାକୁ ଯାଇ ଗଣମାଧ୍ୟମ ତାଙ୍କ ମହାବିଦ୍ୟାଳୟ କାମରେ ହସ୍ତକ୍ଷେପ ନକରୁ,ଗଣମାଧ୍ୟମ ଯିବା ଦ୍ୱାରା ପାଠ ପଢା ବ୍ୟାଘାତ ହେଉଛି,ମହାବିଦ୍ୟାଳୟ ସମ୍ମାନ ହାନି ହେଉଛି ଇତ୍ୟାଦି ପ୍ରତିକ୍ରିୟା ଦେବା ସହ ସେ ଅଧ୍ୟକ୍ଷା ପଦବୀକୁ ଆସିବା ସମୟରେ ସେ ପାଇଥିବା ଡ଼କୁମେଣ୍ଟରେ ଚିନ୍ମୟୀ ଜେନା ଫାର୍ଷ୍ଟ ପୋଷ୍ଟ ପାଇଥିବା କହିଛନ୍ତି।ସେହିପରି ସେତେବେଳର ମ୍ୟାନେଜମେଣ୍ଟ କଣ ନିଷ୍ପତ୍ତି କରିଛି ଓ କଣ କାଗଜପତ୍ର ରହିଛି ସେନେଇ ସେ କିଛି ଜାଣିନଥିବା କହିଛନ୍ତି।
Byt-ପ୍ରଭାବତୀ ପଢିହାରୀ(ଅଧ୍ୟକ୍ଷା,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
VO3-ପ୍ରଥମେ ଅଧ୍ୟକ୍ଷା ଓ ଏବେ ଓଡ଼ିଆ ବିଭାଗରେ ଅଧ୍ୟାପିକା ନିଯୁକ୍ତିରେ ଚଂଚକତା ଅଭିଯୋଗ ହେବାପରେ ମହାବିଦ୍ୟାଳୟ ସଭାପତି ତଥା କେନ୍ଦ୍ରାପଡ଼ା ADM ବସନ୍ତ ରାଉତ ନିଜ ପ୍ରତିକ୍ରିୟାରେ ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କ ଉପରେ ସନ୍ଦେହ ପ୍ରକଟ କରିଥିବା ବେଳେ ଜିଲ୍ଲାର ଲକ୍ଷେ କାମ ଭିତରୁ ମହାବିଦ୍ୟାଳୟ ଗୋଟିଏ କାମ, ଦୀର୍ଘ 20 ବର୍ଷ ତଳକୁ ଯାଇ ଏହାର ତଦନ୍ତ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ତେବେ ଏହି ମହାବିଦ୍ୟାଳୟ ସମ୍ବନ୍ଧରେ ସେ ଭିଜିଲାନ୍ସ ବିଭାଗକୁ ତଦନ୍ତ ହସ୍ତାନ୍ତର କରିବେ ବୋଲି ପୂର୍ବଥର ଭଳି ପ୍ରତିଶୃତି ଦେଇଛନ୍ତି।ଏନେଇ ସ୍ଥାନୀୟ ରାଜନଗର ବିଧାୟକ ଧୃବ ସାହୁ ଏହି ମହାବିଦ୍ୟାଳୟ ନିଯୁକ୍ତି ଓ ଅନ୍ୟାନ୍ୟ ଚଂଚକତା ସମ୍ବନ୍ଧରେ ସଭାପତି ତଥା ADM ଙ୍କ ସହିତ କଥା ହେବା ପରେ ଯାହା ପଦକ୍ଷେପ ନେବେ ଓ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
Byt-ଧ୍ରୁବ ସାହୁ(ବିଧାୟକ,ରାଜନଗର)
Byt-ବସନ୍ତ ରାଉତ(ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ସଭାପତି ତଥା ADM କେନ୍ଦ୍ରାପଡ଼ା)
Conclusion:FVO-କେବଳ ଏଇଠି ଶେଷ ହୋଇନି ମହାବିଦ୍ୟାଳୟର ଦୁର୍ନୀତି।ମହିଳା ମହାବିଦ୍ୟାଳୟ ଖୋଲିବା ଆଶା ଏବେ ପାଣି ଫୋଟକା ସହିତ ମିଳାଇ ଯାଇଛି ନାରୀ ମାନଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ପ୍ରୟାସ ଆରମ୍ଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.