ETV Bharat / state

ଟାଉନ ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା - ଟାଉନ ପୋଲିସ ପଞ୍ଝାରେ

ଚିନ୍ତା ବଢ଼ାଉଛି ହାଇୱେ ଲୁଟେରା । ୩ ଆନ୍ତଃଜିଲ୍ଲା ମୋବାଇଲ ଲୁଟେରାଙ୍କ ସହ ୨ ବେପାରୀ ଗିରଫ । ଅଧିକ ପଢ଼ନ୍ତୁ

ଟାଉନ ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା
ଟାଉନ ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା
author img

By

Published : May 11, 2022, 10:05 AM IST

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇୱେ ଲୁଟେରାଙ୍କ ରାଜ । ୩ ଆନ୍ତଃଜିଲ୍ଲା ମୋବାଇଲ ଲୁଟେରାଙ୍କ ସହ ୨ ବେପାରୀକୁ ବାନ୍ଧିଛି ପୋଲିସ । ଜିଲ୍ଲାରେ ବିଭିନ୍ନ ସମୟରେ କଲେଜ ଛାତ୍ରୀଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନେଇଯିବା ଘଟଣା ଘଟିବା ପରେ ସଦର ଥାନାରେ ୩ଟି ମାମଲା ଦାଏର ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଦକରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି ଏକ ଟିମ ଗଠନ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲେ ।

ଟାଉନ ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା

ପରେ ଫୋନ ଟ୍ରାକିଙ୍ଗ କରି ୩ ଲୁଟେରାଙ୍କ ସହ ଏହି ଚୋରା ମୋବାଇଲକୁ ବିକ୍ରି କରିବାକୁ ସହଯୋଗ କରୁଥିବା ୨ ବେପାରୀଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ୭ଟି ମୋବାଇଲ ସହ ଗୋଟିଏ ବାଇକ ଜବତ ହୋଇଛି । ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରେ ପ୍ରାୟତଃ କଲେଜ ପଢୁଆ ପିଲା ଥିବାର ଜଣାପଡିଛି । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.