ETV Bharat / state

‘ହାଇଦରକୁ ପୋଲିସ ଦଣ୍ଡ ଦେଉ ମାରି ନ ଦେଉ’

author img

By

Published : Apr 16, 2021, 8:26 AM IST

ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ପରେ ପତ୍ନୀ ଓ ବୋହୂର ପ୍ରତିକ୍ରିୟା, ଛାତିରେ ଗୁଳିକରି ମାରିଦେବାକୁ ପୋଲିସ ଦେଇଥିଲେ ଧମକ । ଏହାସହ ସ୍ୱାମୀଙ୍କୁ ସୁରକ୍ଷିତ ଭାବେ ପୋଲିସ ଓଡିଶାକୁ ଆଣି ଯାହା ଦଣ୍ଡାଦେବା କଥା ଦେଉ କିନ୍ତୁ ମାରିନଦେଉ ବୋଲି ଅନୁରୋଧ କରିଛନ୍ତି ପତ୍ନୀ ହାସିନା ବିବି। ଅଧିକ ପଢନ୍ତୁ...

ଗିରଫ ପରେ ହାଇଦରର ପତ୍ନୀ ଓ ବୋହୂର ପ୍ରତିକ୍ରିୟା, ଗୁଳିକରି ମାରି ଦେବାକୁ ମିଳିଥିଲା ଧମକ

କେନ୍ଦ୍ରାପଡା: ପୋଲିସ ରାଡାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲା ହାଇଦ୍ରାବାଦରୁ ଗିରଫ ହୋଇଛି। ଏହି ଅପରାଧୀ ଗିରଫ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ହାଇଦରର ପତ୍ନୀ ଓ ବୋହୂ।

ତାଙ୍କ କହିବାନୁଯାୟୀ, ହାଇଦର ଯେଉଁ ଭୁଲ କରିଛି ସେଥିପାଇଁ ତାକୁ ଆଇନ ଅନୁଯାୟୀ ଶାସ୍ତି ଦିଆଯାଉ। କିନ୍ତୁ ଗତ ବୁଧବାର ଦିନ କଟକରୁ ଆସିଥିବା ଏକ ପୋଲିସ ଟିମ ହାଇଦରର ଛାତିକୁ ଗୁଳି କରି ଏନକାଉଣ୍ଟର କରିବା ପାଇଁ ଧମକ ଦେଇଥିଲେ।

ତେବେ ଗୁରୁବାର ସେ ଗିରଫ ହେବାପରେ ଘରର ସଦସ୍ୟ ତଥା ପୁଅ,ଜ୍ବାଇଁ, ଭାଇ ଓ ପରିବାର ନେପାଳ, ବାଂଲାଦେଶ ଆଦି ଫେରାର ହୋଇଯାଇଥିବା ଗୁଜବ ଉପରେ ପ୍ରଶ୍ନ ଉଠାଇଛନ୍ତି । ପରିବାରର ମହିଳା ସଦସ୍ୟ ସମସ୍ତେ ଘରେ ରହିଥିବା ବେଳେ ପୁଅ ଓ ଜ୍ବାଇଁ କେବଳ ପୋଲିସ ଓ ତଥାକଥିତ ମିଡ଼ିଆର ଗୁଜବ ଭୟରେ ଅନ୍ୟତ୍ର ଆତ୍ମଗୋପନ କରିଛନ୍ତି। ତେଣୁ ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯାଉ ବୋଲି କହିଛନ୍ତି ବୋହୂ।

ସେହିପରି ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ଭାବେ ପୋଲିସ ଓଡିଶାକୁ ଆଣି ଯାହା ଦଣ୍ଡାଦେବା କଥା ଦେଉ କିନ୍ତୁ ମାରିନଦେଉ ବୋଲି ଅନୁରୋଧ କରିଛନ୍ତି ପତ୍ନୀ ହାସିନା ବିବି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.