ETV Bharat / state

ଲଘୁ ଓ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ମାମଲା, କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ NGTଙ୍କ ଭର୍ତ୍ସନା

author img

By

Published : Feb 1, 2023, 4:56 PM IST

NGTଙ୍କ ଆଦେଶକୁ ହୁଏତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବୁଝିନାହାନ୍ତି । ଦୁଇଦୁଇଟି ସତ୍ୟପାଠ ଦାଖଲ କରିଥିବା କହି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭର୍ତ୍ସନା କଲେ NGT। ଅଧିକ ପଢନ୍ତୁ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏନଜିଟିଙ୍କ ଭର୍ତ୍ସନା
hearing of minor mineral resources
କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏନଜିଟିଙ୍କ ଭର୍ତ୍ସନା

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଉପରେ ଖପ୍ପା ହେଲେ ଏନଜିଟି(NGT)। NGTଙ୍କ ଆଦେଶକୁ ହୁଏତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବୁଝିନାହାନ୍ତି କିମ୍ବା ଏହାକୁ ଏଡ଼ାଇବା ପାଇଁ ଦୁଇଦୁଇଟି ସତ୍ୟପାଠ ଦାଖଲ କରିଥିବା କହି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭର୍ତ୍ସନା କଲେ NGT । ସୂଚନା ଅନୁଯାୟୀ, ପାରାଦ୍ୱୀପ -ହରିଦାସପୁର ରେଳପଥ କାମରେ ବେଆଇନ ଭାବେ ହଜାରହଜାର କୋଟି ଟଙ୍କାର ଲଘୁ ଓ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଉତ୍ତୋଳନ ହୋଇଥିଲା । ଏହାକୁ RVNL(ରେଲୱେ ବିକାଶ ନିଗମ ଲିଃ)କମ୍ପାନୀ କର୍ତ୍ତୃପକ୍ଷ କାମ କରି ରାଜ୍ୟ ସରକାରଙ୍କ ଶହଶହ କୋଟି ରାଜସ୍ୱ ହାନି ହେବା ସହ ପରିବେଶ ନଷ୍ଟ ହେବା ଓ ଅନେକ ସମସ୍ୟା ସୃଷ୍ଟି ହେଲା । ଯାହାକୁ ନେଇ ସମାଜିକ କର୍ମୀ ଶଶୀଭୂଷଣ ପଟ୍ଟନାୟକ, ପ୍ରତାପ ମହାନ୍ତି, ଅଶେଷ ଖଟୁଆ ଓ ଆଳୟ ସାମନ୍ତରାୟ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଆଧାର କରି National Green Tribunal(NGT)ଙ୍କ ନିକଟରେ ମାମଲା ରୁଜୁ କରିଥିଲେ ।

NGT case no-55/2018/EZ ରେ ମାମଲାକୁ ପଞ୍ଜିକୃତ କରାଇ ଶୁଣାଣି ଆରମ୍ଭ କରିଥିଲେ । ଗତ ୧୮ ନଭେମ୍ବର ୨୦୨୧ରେ ଉକ୍ତ କେସ୍‌ର ଶୁଣାଣି କରି ଜରିମାନା ଆଦାୟ କରିଥିଲେ । ଏଥିସହ ଜିଲ୍ଲାପାଳ କେନ୍ଦ୍ରାପଡା ଜିଲ୍ଲାରେ ଲଘୁ ଓ ଖଣିଜ ଦ୍ରବ୍ୟ ଚୋରି ରୋକିବା ପାଇଁ Satellite Monitoring Survillence Measure ନେବା ସହ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ମାନଙ୍କରେ CCTV ଲଗାଇ ଲୁଟ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲା NGT । ଉକ୍ତ କେସ ଉପରେ ଜିଲ୍ଲାପାଳ ଗତ ୨୦୨୨ ସେପ୍ଟେମ୍ବର ୨୨ ଓ ଚଳିତମାସ ୬ ତାରିଖରେ ଦୁଇଟି ସତ୍ୟପାଠ NGT ନିକଟରେ ଦାଖଲ କରିଥିଲେ ।

ହେଲେ ସାଟେଲାଇଟ ମନିଟର ଆଉ CCTV ଲଗାଇବା କଥା ଉକ୍ତ ସତ୍ୟପାଠରେ କିଛି ଉଲ୍ଲେଖ କରିନାହାନ୍ତି । ଯାହାକୁ ନେଇ NGT କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ପଷ୍ଟ ଭାବରେ ନିଜର ନିର୍ଦ୍ଦେଶନାମାରେ କେନ୍ଦ୍ରାପଡା ଜିଲ୍ଲାପାଳ ବୋଧ ହୁଏ କୋର୍ଟ ନିର୍ଦ୍ଦେଶ ବୁଝିପାରିଲେ ନାହିଁ କିମ୍ବା ଜାଣିଶୁଣି ନିର୍ଦ୍ଦେଶ ଅବମାନନା କରିଛନ୍ତି କିମ୍ବା ଜାଣିଶୁଣି ପାଳନ କରି ନାହାଁନ୍ତି ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହାର କାରଣ ଦର୍ଶାଇବା ସହ Satellite Monitoring ଆଉ CCTV ଉପରେ କଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୩ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଶଙ୍କର ପାଣିଙ୍କ ସହ ତାଙ୍କ ସହଯୋଗୀ ଦିଲ୍ଲୀପ ସାମନ୍ତରାୟ ମାମଲାକୁ ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.