ETV Bharat / state

ଫର୍ଣ୍ଣିଚର ଦୋକାନରେ CT GSTର ରେଡ୍‌

କେନ୍ଦ୍ରାପଡ଼ାରେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ସହରର ବାବା ଫର୍ଣ୍ଣିଚର ଏଣ୍ଡ ସନ୍ସ ନାମକ ଏକ ଦୋକାନରେ ଚଢାଉ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ଫର୍ଣ୍ଣିଚର ଦୋକାନ ଉପରେ ଏନ୍ଫୋର୍ସମେଣ୍ଟ ୟୁନିଟର ଚଢ଼ାଉ, ତଦନ୍ତକୁ ଅପେକ୍ଷା

author img

By

Published : Nov 17, 2021, 3:26 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟର ଚଢ଼ାଉ । ସହରର ବାବା ଫର୍ଣ୍ଣିଚର ଏଣ୍ଡ ସନ୍ସ ନାମକ ଏକ ଦୋକାନରେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ପାରାଦୀପ ଜୋନର ଡେପୁଟି କମିଶନର ଅଖିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ଚଢାଉ କରିଥିଲେ । ଆଜି(ବୁଧବାର) ମଧ୍ୟାହ୍ନରେ ଏହି ଫର୍ଣ୍ଣିଚର ଦୋକାନ ଉପରେ ଚଢ଼ାଉ କରିବା ସହ ଏହାର ବିଭିନ୍ନ ୱାର୍କସପ ଗୁଡିକ ଉପରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି ।

ଫର୍ଣ୍ଣିଚର ଦୋକାନ ଉପରେ ଏନ୍ଫୋର୍ସମେଣ୍ଟ ୟୁନିଟର ଚଢ଼ାଉ, ତଦନ୍ତକୁ ଅପେକ୍ଷା

ବର୍ତ୍ତମାନ ସୁଦ୍ଧା ଷ୍ଟକ ଷ୍ଟେଟମେଣ୍ଟ ସମ୍ପୂର୍ଣ୍ଣ ଆସିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟର ମୁଖ୍ୟ କାର୍ଯ୍ୟାଳୟ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିବା ବେଳେ ସମସ୍ତ କାଗଜପତ୍ର ଟିକନିଖ ଯାଞ୍ଚ କରୁଛି ବିଭାଗ । ଖୁବଶୀଘ୍ର ସାମଗ୍ରୀ ଗୁଡିକର ଆକଳନ କରାଯାଇ ଯାହା ଜୋରିମାନା କରାଯିବ ବୋଲି କହିଛନ୍ତି ଡେପୁଟି କମିଶନର।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.