ETV Bharat / state

ଚୋରିକୁ ନେଇ ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ - ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ

କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷକୁ ନେଇ ଥାନାରେ ୪ଟି ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ
ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ
author img

By

Published : Jul 28, 2022, 12:41 PM IST

କେନ୍ଦ୍ରାପଡା: ଗୋବିନ୍ଦପୁର ଅଞ୍ଚଳରେ ଚୋରି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀର 3 ଜଣ ଆହତ ହୋଇଥିବା ବେଳେ ଥାନାରେ ଉଭୟ ଗୋଷ୍ଠୀ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି ଆଳି ଥାନା ପୋଲିସ । ଦୁଇଦିନ ପୂର୍ବେ ଗୋବିନ୍ଦପୁର ବଜାର ଉପରେ ଥିବା ମଦ ଦୋକାନରୁ କିଛି ଦୁର୍ବୃତ୍ତ ମ୍ୟାନେଜରକୁ ମାଡ଼ ମାରି ଟଙ୍କା ଲୁଟ କରିଥିଲେ । ଏଥିସହ ଅନ୍ୟ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ଘଟଣା ନେଇ ଆଳି ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉଭୟ 4 ଜଣଙ୍କୁ ଗିରଫ କରିଥିଲା ।

ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ

ସେହିପରି ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ରତନ ଧଳ ଓ ବର୍ତ୍ତମାନ ସରପଞ୍ଚ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ବେଳେ ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଗୋଟିଏ ଗୋଷ୍ଠୀ ଗୋବିନ୍ଦପୁର ବଜାରରେ ବିଳମ୍ବିତ ରାତିରେ ରାସ୍ତାରୋକ କରିଥିବା ବେଳେ SDPO ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି l

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.