ETV Bharat / state

ବଙ୍ଗୀୟ ପରମ୍ପରାରେ ପୂଜା ପାଆନ୍ତି ମା', ପଖାଳ ଭାତ ସାଙ୍ଗକୁ ଭୋଗ ଲାଗେ ଦେଶୀ ମାଛ - କେନ୍ଦ୍ରାପଡ଼ା ଏଣ୍ଡର ଦଶହରା

କେନ୍ଦ୍ରାପଡ଼ାରେ ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ମା' । ଏଠାରେ ଷଷ୍ଠୀ ଠାରୁ ମା'ଙ୍କୁ କୁମାରୀ ଭାବରେ ପୂଜାର୍ଚ୍ଚନା କରାଯାଏ । ସଜନା ଶାଗ ଭଜା, ପଖାଳ, ବଡ଼ି ସାଙ୍ଗକୁ ଭୋଗ ଲାଗୁଛି ଦେଶୀ ମାଛ । ଅଧିକ ପଢ଼ନ୍ତୁ

ବଙ୍ଗୀୟ ପରମ୍ପରାରେ ପୂଜା ପାଆନ୍ତି ମା', ପଖାଳ ଭାତ ସାଙ୍ଗକୁ ଭୋଗ ଲାଗେ ଦେଶୀ ମାଛ

author img

By

Published : Oct 4, 2022, 10:36 PM IST

କେନ୍ଦ୍ରାପଡ଼ା: ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ପାଉଛନ୍ତି ମା' । ସଜନା ଶାଗ ଭଜା, ପଖାଳ, ବଡ଼ି ସାଙ୍ଗକୁ ଭୋଗ ଲାଗୁଛି ଦେଶୀ ମାଛ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡର ଗ୍ରାମର ବଙ୍ଗାଳି ସାହିରେ ଦୁର୍ଗା ପୂଜା ଦୁଇ ବର୍ଷ କୋଭିଡ ମହାମାରୀ ଯୋଗୁଁ ବନ୍ଦ ଥିବାବେଳେ ଚଳିତ ବର୍ଷ ମା'ଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ ।

ବଙ୍ଗୀୟ ପରମ୍ପରାରେ ପୂଜା ପାଆନ୍ତି ମା', ପଖାଳ ଭାତ ସାଙ୍ଗକୁ ଭୋଗ ଲାଗେ ଦେଶୀ ମାଛ

କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡର ଗ୍ରାମ ବଙ୍ଗାଳି ସାହିରେ କାହିଁ କେତେ କାଳରୁ ଦଶହରାରେ ପୂଜା ପାଇଥାନ୍ତି ମା' ଦୁର୍ଗତିନାଶିନୀ । ସମସ୍ତ ବଙ୍ଗୀୟ ପରମ୍ପରା ଅନୁସାରେ ଏଠାରେ ମା'ଙ୍କୁ ପୂଜା କରାଯାଏ । ତେବେ ଏଠାକାର ପରମ୍ପରା ଅନ୍ୟ ସ୍ଥାନ ଅପେକ୍ଷା ନିଆରା । ଏଠାରେ ଷଷ୍ଠୀ ଠାରୁ ମା'ଙ୍କୁ କୁମାରୀ ଭାବରେ ପୂଜାର୍ଚ୍ଚନା କରାଯାଏ । ସେହିଭଳି ସଜନା ଶାଗ ଭଜା, ପଖାଳ,ବଡ଼ି, ଦେଶୀ ମାଛ ଇତ୍ୟାଦି ମା'ଙ୍କୁ ଭୋଗ ଦିଆଯାଇଥାଏ । ତେବେ ଏଠାରେ ବିନା ପିଆଜ ରସୁଣରେ ଦେଶୀ ମାଛ ରୋଷେଇ ହୋଇ ଭୋଗଲାଗି ହେବା ପରମ୍ପରା ଏହି ପୂଜାକୁ ନିଆରା କରିଛି ।

ଏଠାରେ ପୂଜା ପାଇଁ ରଙ୍ଗ ବେରଙ୍ଗ ଆଲୋକ ମାଳ ସଜ୍ଜିତ କରାଯାଇଛି । ବିଭିନ୍ନ ଦୋକାନ ସାଙ୍ଗକୁ ଚଟପଟା ଖାଦ୍ୟର ଭରପୂର ଫାଇଦା ଉଠାଇଛନ୍ତି ଭକ୍ତ । ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଦର୍ଶକ ମାନଙ୍କର ମନୋରଞ୍ଜନ ମଧ୍ୟ କରାଯାଉଛି । ପୂଜା ସାଙ୍ଗକୁ ମେଳା ବୁଲିବାର ମଜା ନିଆରା ବୋଲି କୁହନ୍ତି ଶ୍ରଦ୍ଧାଳୁ । ତେବେ ଗତ ଦୁଇବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏଠାରେ ପୂଜା ବନ୍ଦ ଥିବା କାରଣରୁ ଚଳିତ ବର୍ଷ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ଜଗତଜନନୀଙ୍କ ପାଖରେ ଜଗତକୁ ଦୁଃଖ ଓ ରୋଗରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.