କେନ୍ଦ୍ରାପଡା: ମହାକାଳପଡା ଥାନା ଗୁହାଳକଣି ଗାଁରେ ଅଗ୍ନିକାଣ୍ଡ । ଗଣେଶ ସେନାପତିଙ୍କ ଘରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ନଡା ଛପର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ ମହାକାଳପଡା ଅଗ୍ନିଶମ ବାହିନୀ ପହଞ୍ଚି ବହୁ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଆୟତ୍ତ ହୋଇଥିଲା ନିଆଁ ।
ତେବେ ରାତିରେ ପ୍ରବଳ ବର୍ଷା ଓ ବାସଗୃହ ନଷ୍ଟ ହୋଇଥିବା କାରଣରୁ ଉକ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଜଳି ଯାଇଥିବା ଘରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ୩ ମାସର ଚାଉଳ, ଗହମ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଓ କାଗଜପତ୍ର ରହିଥିଲା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ