ETV Bharat / state

ସ୍ବାମୀ ଓ ପିଲାଙ୍କୁ ମାଡ ମାରି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଲୁଟିଲେ ସୁନାଗହଣା-ଟଙ୍କା

ବିଳମ୍ବିତ ରାତ୍ରିରେ 3ଜଣ ଦୁର୍ବୃତ୍ତ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

author img

By

Published : Jun 29, 2019, 9:56 AM IST

Updated : Jun 29, 2019, 12:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ମହିଳାଙ୍କ ସ୍ବାମୀ ଓ ଦୁଇ ପିଲା ଗୁରୁତର ଆହତ ହୋଇଛନ୍ତି । ପୀଡିତାଙ୍କ ତରଫରୁ ଏ ପର୍ଯ୍ୟନ୍ତ ଘଟଣାକୁ ନେଇ ଥାନାରେ ଏଫଆଇଆର ରୁଜୁ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ 3ଜଣ ଦୁର୍ବୃତ୍ତ ପୀଡିତାଙ୍କ ଘରେ ପଶି ପୀଡିତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ମାଡ ମାରିଥିଲେ । ଏହା ସହିତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଘରେ ଥିବା ଛୋଟ ପିଲାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ସହିତ ଘରେ ଥିବା 60ହଜାର ଟଙ୍କା ସହ ସୁନାଗହଣାକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ସ୍ବାମୀ, ସ୍ତ୍ରୀ ଓ ପିଲାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କ ସାନ ପୁଅର ଚେତା ଫେରିନାହିଁ । ଜମି ବାଡି ବିବାଦରୁ ଏହି ଘଟଣା ଘଟିଥିବା କୁହାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : Jun 29, 2019, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.