ETV Bharat / state

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା: ଆକର୍ଷଣୀୟ ବାରୁଆଳି ସହ ରଙ୍ଗୀନ ଫଳର ତୋରଣ - Gajalaxmi puja celebrate in kendrapada

ପୁଲୱାମା ଆକ୍ରମଣର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାକୁ ନିଷ୍କର୍ସ ଭାବେ ଚିତ୍ରିତ କରିଛି କେନ୍ଦ୍ରାପଡା ସହରର ଦୁହୁରିଆ ଶୁଭଲକ୍ଷ୍ମୀ ପୂଜା କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 19, 2019, 11:28 AM IST

କେନ୍ଦ୍ରାପଡା: ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । କେଉଁଠି ସୁଦୃଶ୍ୟ ଆଲୋକମାଳାରେ ମଣ୍ଡପ ସଜ୍ଜିତ ହୋଇଛି, ତ ଆଉ କେଉଁଠି ବିଭିନ୍ନ ଫଳରେ ତିଆରି ହୋଇଛି ତୋରଣ ।

ଏହିକ୍ରମରେ କେନ୍ଦ୍ରାପଡ଼ା ସହରର ମୁଖଶାଳା ଭାବରେ ପରିଚିତ ଦୁହୁରିଆ ଶୁଭଲକ୍ଷ୍ମୀ ପୂଜା କମିଟି ଚଳିତବର୍ଷ ନିଆରା ଢଙ୍ଗରେ ମା'ଙ୍କ ପୂଜା ପାଳନ କରୁଛନ୍ତି । ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ଉଚ୍ଚ କୋଟିର ହୋଇଥିବାବେଳେ ପାଖରେ ଥିବା ବାରୁଆଳି ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ଭାରତକୁ ବିଶ୍ବ ଦରବାରରେ ପରିଚିତ କରାଇବା ତଥା ପୁଲୱାମାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ବାଲାକୋଟ ଏୟାରଷ୍ଟ୍ରାଇକ, ବୀର ଜବାନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନୀ ସୈନିକମାନେ ବନ୍ଦୀ କରିବା ଏବଂ ପରେ ତାଙ୍କୁ ମୁକୁଳାଇବା ଭଳି ପ୍ରତ୍ୟେକ ଘଟଣାକୁ ବେଶ ଆକର୍ଷଣୀୟ ଭାବେ ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଉକ୍ତ ଷ୍ଟଲ ମଧ୍ୟରୁ ୬ ନମ୍ବର ଷ୍ଟଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥାଳ ଧରି ଭିକ୍ଷା ମାଗିବା ନିଆରା ମୂର୍ତ୍ତିଟି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପୂଜା କମିଟିର ସଦସ୍ୟଙ୍କ କହିବାନୁଯାୟୀ, ପ୍ରତ୍ୟେକ ବର୍ଷ କମିଟି ପକ୍ଷରୁ କିଛି ନିଆରା କରାଯାଇଥାଏ । ଏଥିପାଇଁ କମିଟି ବହୁ ପୂର୍ବରୁ ପ୍ରସ୍ତୁତି କରିଥାଏ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:19.10.2019
Radhakanta Mohanty, Kendrapada
Slug-od_kpr_01_laxmipuja baruali_script_7204459
Anchor-କେନ୍ଦ୍ରାପଡ଼ା ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା'ଲକ୍ଷ୍ମୀ।ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କୁ ନିଜ ନିଜର କମିଟି ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଛନ୍ତି।କେଉଁଠି ସୁଦୃଶ୍ୟ ଆଲୋକମାଳାରେ ମଣ୍ଡପ ସଜ୍ଜିତ ହୋଇଛି ତ ଆଉ କେଉଁଠି ବିଭିନ୍ନ ଫଳରେ ତୋରଣ ତିଆରି କରାଯାଇଛି।କେନ୍ଦ୍ରାପଡ଼ା ସହରର ମୁଖଶାଳା ଭାବରେ ପରିଚିତ ଦୁହୁରିଆ ଶୁଭଲକ୍ଷ୍ମୀ ପୂଜା କମିଟି ଅନ୍ୟ ପୂଜା ମଣ୍ଡପ ଗୁଡିକ ଠାରୁ ଟିକିଏ ନିଆରା ଢଙ୍ଗରେ ପୁଜାକୁ ପାଳନ କରୁଛି।ମା'ଙ୍କର ମୂର୍ତ୍ତିଟି ଉଚ୍ଚ କୋଟିର ହୋଇଥିବା ବେଳେ ପାଖରେ ଥିବା "ବାରୁଆଳି"ଦର୍ଶକ ମାନଙ୍କୁ ଆକର୍ଷିତ କରିଛି।ଭାରତକୁ ବିଶ୍ୱଗୁରୁ ଭାବରେ ପରିଚିତ କରାଇବା ତଥା ପୁଲୱାମାରେ ଭାରତୀୟ ସୈନିକ ମାନଙ୍କୁ ଆକ୍ରମଣ,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ,ବାଲାକୋଟ ଏୟାରଷ୍ଟ୍ରାଇକ,ବୀର ଜବାନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନୀ ସୈନିକ ମାନେ ବନ୍ଦୀ କରିବା ଓ ତାଙ୍କୁ ମୁକୁଳାଇବା କଥା ବିଭିନ ଷ୍ଟଲରେ ଦେଖିବାକୁ ମିଳିଛି।ତେବେ ଷ୍ଟଲ-୬ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥାଳ ଧରି ଭିକ୍ଷା ମାଗିବା ନିଆରା ମୂର୍ତ୍ତିଟି ଦର୍ଶକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।କମିଟିର ସମ୍ପାଦକ ଅନ୍ତର୍ଯ୍ୟାମୀ ଦାସଙ୍କ କହିବା ଅନୁଯାୟୀ ଏହି କମିଟି ପ୍ରତ୍ୟକ ବର୍ଷ କିଛିନାକିଛି ନିଆରା ବାରୁଆଳି କରିଥାଏ ଓ ଏହାକୁ ପୂଜା ପୁର୍ବରୁ ତାଙ୍କ କମିଟି ସ୍ଥିର କରିଥାଏ।ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶ ବୁଲୁଥିବା ସମୟରେ ବିରୋଧୀ ମାନେ ଅଯଥା ରାଜସ୍ୱ ଖର୍ଚ୍ଚ ହେଉଛି ବୋଲି କହୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ୱର ସଠିକ ବିନିଯୋଗ ପୂର୍ବକ ପାକିସ୍ତାନକୁ ବାରଦୁଆର କରାଇଛନ୍ତି ଓ ସୈନିକ ମାନଙ୍କର ମନୋବଳ ବଢାଇଛନ୍ତି ବୋଲି କହିଛନ୍ତି ଶୁଭଲକ୍ଷ୍ମୀ ପୂଜା କମିଟି,ଦୁହୁରିଆର ସମ୍ପାଦକ ଅନ୍ତର୍ଯ୍ୟାମୀ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.