ETV Bharat / state

ସମଲିଙ୍ଗି ଦମ୍ପତ୍ତିଙ୍କୁ ସାହା ବଡମାଙ୍କ ପଣତକାନୀ - କେନ୍ଦ୍ରାପଡା

ପରିବାର ଏବଂ ସମାଜର ବିରୋଧ ଏମାନଙ୍କ ଏକାଠି ହେବାରୁ ଅଟକାଇନଥିଲା । ଆଉ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଥିଲେ 2ଟି ଝିଅ । ଆଉ ଉଭୟଙ୍କ ଏହି ନିଷ୍ପତ୍ତି ସେମାନଙ୍କୁ ପରିବାର ଏବଂ ସମାଜରୁ ବାଛନ୍ଦ କରିଥିଲା । କିନ୍ତୁ ଏଭଳି ସ୍ଥିତିରେ ମିନତୀ ମହାରଣା ତାଙ୍କୁ କୋଳେଇ ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 9, 2019, 11:36 PM IST

କେନ୍ଦ୍ରାପଡା: ପରିବାର ବିରୋଧ ସତ୍ତ୍ୱେ ପରସ୍ପରକୁ ଜୀବନସାଥୀ ବାଛିଥିଲେ ଦୁଇଟି ଝିଅ । ହେଲେ ଏହି ସମଲିଙ୍ଗି ସମ୍ପର୍କକୁ ସମାଜ ଦେଇନଥିଲା ସ୍ୱୀକୃତି । ପରିବାର ଓ ଗାଁ ପଡିଶାଠୁ ବିତାଡିତ ହେବା ପରେ ଏମାନଙ୍କୁ କୋଳେଇ ନେଇଛି ବଡ ମାଙ୍କ ପଣତକାନି। କେନ୍ଦ୍ରାପଡ଼ା ବ୍ଲକ ଦିୱାନପାଟଣା ଗ୍ରାମର ମିନତୀ ମହାରଣା । ଆଉ ତାଙ୍କ ସୁଧାର ଗୃହ ପାଲଟିଛି ଦୁଇ ଝିଅଙ୍କ ପରିଚୟ । ଏହି ସମଲିଙ୍ଗି ଦମ୍ପତ୍ତିଙ୍କ ପାଇଁ ସେ ଏବେ ବାପା ମା ସବୁକିଛି । ବଡ ମାଙ୍କ ପାଖରେ ଦୁଇ ଦିନ ରହିବା ପରେ ବଡ ମା'ର ଆଦର ଭଲପାଇବା ପାଇ ନିଜ ଜନ୍ମ କରିଥିବା ବାପା ମାଙ୍କୁ ଭୁଲି ଯାଇଛନ୍ତି ଏହି ସମଲିଙ୍ଗି ଦମ୍ପତ୍ତି ।

ବିବାହ ନକରି ବି ମିନତୀ ପାଇଛନ୍ତି ମାତୃତ୍ୱ । ଗର୍ଭ ଯନ୍ତ୍ରଣାକୁ ଅନୁଭବ କରି ନଥିଲେ ବି ନିଜ ସ୍ନେହ ମମତାରେ ବାନ୍ଧି ହୋଇ ଯାଇଛନ୍ତି 7ରୁ 70 ବର୍ଷୀୟ ସନ୍ତାନ । ସମସ୍ତଙ୍କ ପାଇଁ ସେ ବଡମା । ସକାଳୁ ବଡମାଙ୍କ ପ୍ରାର୍ଥନାରୁ ଆରମ୍ଭ ହୁଏ ଅନ୍ତେବାସୀଙ୍କ ଦିନଚର୍ଯ୍ୟ। । ଆଉ ନିଜ ସନ୍ତାନଙ୍କ ସୁବିଧା ଅସୁବିଧା ବୁଝିବାରେ କଟିଯାଏ ବଡ ମାଙ୍କ ପୂରା ଦିନ । କେବଳ ଜୀବନ୍ତ ନୁହେଁ ଅପରିଚିତ ମୃତଦେହକୁ ମଧ୍ୟ ଶଶ୍ମାନରେ ଦାହ କରିଛନ୍ତି ମିନତୀ । କେବଳ ଏହି ସମଲିଙ୍ଗି ଦମ୍ପତ୍ତି ନିହେଁ ବରଂ ବଡ ମାଙ୍କ ସ୍ନେହ ମମତାରେ ବାନ୍ଧି ହୋଇଛନ୍ତି ସଭିଁଏ।

ନିର୍ଯ୍ୟାତିତ ଅବହେଳିତ ମହିଳାଙ୍କ ପାଇଁ ମିନତୀ ପାଲଟିଛନ୍ତି ଆଶାର କିରଣ । ନିଜ ଜୀବନର 40ଟି ଫଗୁଣ ପାର କରିଥିବା ମିନତୀଙ୍କ ଗୋଟିଏ ଧର୍ମ ସମାଜ ସେବା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.