ETV Bharat / state

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ: ଅଭିଯୁକ୍ତ ଗିରଫ ଦାବିରେ ବ୍ୟବସାୟୀ ସଂଘର ବିକ୍ଷୋଭ - କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ସ୍କୁଲ ଛକ ନିକଟରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼। ଏଥିରେ ବିବେକାନନ୍ଦ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ଦାବି କରି ତିନିମୁହାଣୀ ଛକଠାରେ ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 13, 2019, 10:21 PM IST

Updated : Jul 13, 2019, 11:27 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ । ଗୁଲନଗର ସ୍କୁଲ ଛକ ନିକଟରେ ଗୁଳିମାଡ ହୋଇଛି । ଏଥିରେ ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡମେଡିକାଲକୁ ରେଫର କରାଯାଇଛି ।

ସୂଚନା ଅନୁଯାୟୀ, ବିବେକାନନ୍ଦ ତିନି ମୁହାଣରୁ ନିଜ ଘରକୁ ଫେରୁଥିବା ବେଳେ ଗୁଲନଗର ସ୍କୁଲ ଛକ ନିକଟରେ ଅଚାନକ ଜଣେ ଦୁର୍ବୃତ୍ତ ତାଙ୍କ ଉପରୁ ଗୁଳିମାଡ କରିଥିଲା । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ତେବେ ଗୁଳିମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । କେଉଁ କାରଣରୁ ତାଙ୍କ ଉପରକୁ ଗୁଳିମାଡ ହୋଇଛି କାରଣ ଜଣାପଡିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅନ୍ୟପଟେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିକରି ତିନିମୁହାଣୀ ବ୍ୟବସାୟୀ ସଂଘ ଓ ଧର୍ମରକ୍ଷା ସେନାର ଯୁବକ ମାନଙ୍କ ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପହଞ୍ଚି ବୁଝାସୁଝା କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
Last Updated : Jul 13, 2019, 11:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.