କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ । ଜଳିଗଲା ଦୁଇଟି ପୁରୁଣା ଆମ୍ବୁଲାନ୍ସ । ସିଡିଏମଓଙ୍କ କ୍ୱାର୍ଟର ପଛରେ ରହିଥିଲା ଏହି ଦୁଇଟି ଆମ୍ବୁଲାନ୍ସ । ସୂଚନାନୁଯାୟୀ, ଆଜି (ବୁଧବାର) ମଧ୍ୟାହ୍ନ ସମୟରେ ମେଡିକାଲ ପଛରୁ ନିଆଁ ଜଳୁଥିବାର ଦେଖି ରୋଗୀ ତଥା ମେଡିକାଲର ସମସ୍ତ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।
ପ୍ରତ୍ଯକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମେଡିକାଲ ପଛରେ ଥିବା ଦୁଇଟି ପୁରୁଣା ଆମ୍ବୁଲାନ୍ସ ହଠାତ ଜଳୁଥିବାର ଦେଖିବାକୁ ପାଇଥିଲେ, ତେଵେ ନିଆଁ କେଉଁଠୁ ଓ କିପରି ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାକୁ ନେଇ ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ