କେନ୍ଦ୍ରାପଡା: କେନ୍ଦ୍ରାପଡା ସରସ୍ବତୀ ଶିଶୁ ମନ୍ଦିରରେ ନିଆଁ । ଗତ ଗୁରୁବାର ବିଳମ୍ବିତ ରାତିରେ କିଚି ଦୁର୍ବୃତ୍ତଙ୍କ ଏଭଳି ଆଗ୍ନିକାଣ୍ଡ ଘଟାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କେଶରପୁର ଠାରେ ଥିବା ଏକ ଘରୋଇ ବିଦ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିରରେ ନିଆଁ ଲଗାଇଥିଲେ । ଏହି ଘଟଣାରେ ଶିଶୁ ମନ୍ଦିରର ଚାରି ବଖରା ଘର ସମେତ ସ୍କୁଲରେ ଚାଲୁଥିବା ଏକ କୋଚିଂ ସେଣ୍ଟର, ଡେସ୍କ, ବେଞ୍ଚ ଓ ବିଭିନ୍ନ ଆସବାବପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଏକାଧିକ ଥର ଏଠାରେ କେହି ନିଆଁ ଲଗାଇ ଦେଇଥିବା ଘର ମାଲିକ କବିନ୍ଦ୍ର ମୋହନ ଓଝା ଅଭିଯୋଗ କରିଛନ୍ତି |
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ