ETV Bharat / state

ନିର୍ଦ୍ଦୟ ବାପାର ଲୁହାରଡ ଚେଙ୍କରେ ପୁଅ ଗୁରୁତର

ବାପାର ଲୁହାରଡ ଚେଙ୍କରେ ଗୁରୁତର ହେଲା ପୁଅ। ନାବାଳକ ଜଣକ ନିର୍ଯାତନାର ଶିକାର ହୋଇ କେନ୍ଦ୍ରାପଡ଼ା ମାହାଳ ଗାଁକୁ ଆସିବା ପରେ ଘଟଣା ପଦାକୁ ଆସିଛି । ଅଧିକ ପଢ଼ନ୍ତୁ...

author img

By

Published : Apr 6, 2021, 6:01 PM IST

ନିର୍ଦ୍ଦୟ ବାପାର ଲୁହାରଡ ଚେଙ୍କରେ ପୁଅ ଗୁରୁତର
ନିର୍ଦ୍ଦୟ ବାପାର ଲୁହାରଡ ଚେଙ୍କରେ ପୁଅ ଗୁରୁତର

କେନ୍ଦ୍ରାପଡ଼ା: ବାପାର ଲୁହାରଡ ଚେଙ୍କରେ ଗୁରୁତର ହେଲା ପୁଅ । ଅନ୍ୟ ଉପାୟ ନପାଇ ପ୍ରାଣ ବିକଳରେ ରାତାରାତି ମାମୁଁଘରକୁ ଚାଲି ଆସିଲା ନାବାଳକ । କଟକ ଜିଲ୍ଲା ରାମେଶ୍ବର ଉଞ୍ଚଡିହ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମଳିଛି। ନାବାଳକ ଜଣକ ନିର୍ଯାତନାର ଶିକାର ହୋଇ କେନ୍ଦ୍ରାପଡ଼ା ମାହାଳ ଗାଁକୁ ଆସିବା ପରେ ଘଟଣା ପଦାକୁ ଆସିଛି ।

ଉଞ୍ଚଡିହ ଗାଁର ଅନନ୍ତ ନାରାୟଣ ସେଠୀ ତାଙ୍କ ପୁଅ ଜୟପ୍ରକାଶ ସେଠୀକୁ ପୂର୍ବରୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏହାକୁ ନେଇ ଗତ ୨ମାସ ତଳେ କଟକ ଜିଲ୍ଲା ଶିଶୁମଙ୍ଗଳ କମିଟିର ହସ୍ତକ୍ଷେପ ପରେ ପୁଅକୁ ଆଉ ନିର୍ଯାତନା ଦେବେ ନାହିଁ ବୋଲି ସେ ଲିଖିତ ପ୍ରତିଶୃତି ଦେଇଥିଲେ।

ହେଲେ ଗତ ରବିବାର ରାତିରେ କୌଣସି କାରଣ ନଥାଇ ନିଶାସକ୍ତ ଅବସ୍ଥାରେ ଅନନ୍ତ ପୁଅକୁ ମାଡ଼ ମାରିବା ସହ ହିତାହିତ ଜ୍ଞାନ ଭୁଲି ଏକ ଲୁହାରଡରେ ନାବାଳକର ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲେ । ନାବାଳକ ଜଣକ ଗୁରୁତର ହୋଇ ନିଜ ମାମୁଁଘର କେନ୍ଦ୍ରାପଡ଼ା ପାଟକୁରା ଥାନା ମାହାଳ ଗାଁକୁ ଚାଲିଆସିଥିଲେ। ଆଜି(ମଙ୍ଗଳବାର) ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଜାଣିବା ପରେ ନାବାଳକୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।

ସେପଟେ ଏହି ଘଟଣାକୁ ନେଇ ନାବାଳକର ମାମୁଁଘର କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇନାହିଁ। ଘଟଣାକୁ ନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏତଲା ଦିଆଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.