ETV Bharat / state

ନଦୀରେ ବୁଡି ଚାଷୀ ମୃତ, ସରକାରୀ ସହାୟତା ପାଇଁ ତେଜିଲା ଦାବି

ସ୍ଥାନୀୟ ରାଜକନିକା ଦେଉଳସାହି ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଚାଷ କାମ ସାରି ଫେରିବା ବେଳେ ବନ୍ୟା ଜଳରେ ଭାସି ଯାଇ ଆଖି ବୁଜିଛନ୍ତି ଜଣେ ଚାଷୀ ।

author img

By

Published : Aug 28, 2020, 10:35 AM IST

farmer died in flood water, farmer death, kendrapara latest news, farmer death in kendrapara, kendrapara flood update, ନଦୀ ଜଳରେ ବୁଡି ଚାଷୀ ମୃତ, ଚାଷୀ ମୃତ୍ୟୁ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ଚାଷୀ ମୃତ୍ୟୁ, କେନ୍ଦ୍ରାପଡାରେ ବନ୍ୟା ଅପଡେଟ
ନଦୀ ଜଳରେ ବୁଡି ଚାଷୀ ମୃତ, ସରକାରୀ ସହାୟତା ପାଇଁ ତେଜିଲା ଦାବି

କେନ୍ଦ୍ରାପଡା: ସ୍ଥାନୀୟ ରାଜକନିକା ଦେଉଳସାହି ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଚାଷ କାମ ସାରି ଫେରିବା ବେଳେ ବନ୍ୟା ପାଣିରେ ଭାସି ଯାଇ ଆଖି ବୁଜିଛନ୍ତି ଜଣେ ଚାଷୀ । ସୂଚନା ଅନୁଯାୟୀ ରାଜକିଶୋର ବେହୁରା ନାମକ ଜଣେ ଚାଷୀ ଗୁରୁବାର ବିଲକୁ ଯାଇ ଫେରିନଥିବା ବେଳେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏଥିରେ ବନ୍ୟା ଜଳରେ ତାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା । ଘରକୁ ଫେରିବା ବାଟରେ ଥିବା ବୈତରଣୀ ନଦୀର ବନ୍ୟା ଜଳରେ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସେପଟେ ରାଜକିଶୋରଙ୍କ ଭାସୁଥିବା ମୃତଦେହକୁ ବନ୍ୟା ଜଳରୁ ଉଦ୍ଧାର କରାଯାଇ ପ୍ରଥମେ ଓଲାଭର ମେଡିକାଲ ଓ ପରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜକିଶୋରଙ୍କ ଏପରି ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ରାଜକନିକା ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ପହଞ୍ଚି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେଣେ ଏପରି ସ୍ଥିତିରେ ରାଜକିଶୋରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.